ଆଜି ରାଜ୍ୟ ବଜେଟ୍‌

ଭୁବନେଶ୍ୱର : ଶୁକ୍ରବାର ଦିନ ବିଧାନସଭାରେ ୨୦୧୮-୧୯ ମସିହା ପାଇଁ ରାଜ୍ୟ ବଜେଟ୍‌ ଉପସ୍ଥାପନ ହେବ। ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା ବଜେଟ୍‌ ଉପସ୍ଥାପନ କରିବେ। ଏଥର ବଜେଟ୍‌ ଆକାର ପାଖାପାଖି ୧ ଲକ୍ଷ ୨୦ ହଜାର କୋଟି ଟଙ୍କା ହେବ ବୋଲି କୁହାଯାଉଛି। ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌ ହୋଇଥିବାରୁ ସବୁ ବର୍ଗର ଲୋକଙ୍କୁ ସନ୍ତୁଷ୍ଟ କରିବା ପାଇଁ ସରକାର ଉଦ୍ୟମ କରିଥିବା କୁହାଯାଉଛି। ବଜେଟ୍‌ ଉପରେ ସାରା ରାଜ୍ୟର ନଜର ରହିଛି। ଅର୍ଥ ମନ୍ତ୍ରୀ ଶ୍ରୀ ବେହେରାଙ୍କର ଏହା ହେବ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ।

ସମ୍ବନ୍ଧିତ ଖବର