ଭୁବନେଶ୍ୱର: ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗକୁ ରାଜ୍ୟ ସରକାର ଗୁରୁବାର ନୂତନ ଭାବରେ ଅନୁମୋଦନ ଦେଇଛନ୍ତି। ସଂସ୍କୃତି ବିଭାଗର ନାମକୁ ବଦଳାଇ ଏହି ନୂଆ ବିଭାଗ କରାଯାଇଛି। ଭାଷା ଆନ୍ଦୋଳନର ପ୍ରଭାବରେ ଏହି ବିଭାଗର ନାମ ପରିବର୍ତ୍ତନ ହୋଇଥିବା ଜଣାଯାଇଛି।
ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବାରଙ୍ଗ ଅଞ୍ଚଳରେ ୫ଲକ୍ଷ ଲିଟର ବିଶିଷ୍ଟ ସ୍ୱୟଂକ୍ରିୟ ଚିନିକଳକୁ ୧୫ କୋଟି ଟଙ୍କା ଋଣ ଦେବାକୁ ନିଷ୍ପତ୍ତି ହୋଇଛି।
ରାଜ୍ୟ କ୍ୟାବିନେଟ୍ରେ ନିଷ୍ପତ୍ତି: ବଦଳିଲା ସଂସ୍କୃତି ବିଭାଗର ନାଁ, ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗକୁ ଅନୁମୋଦନ
/sambad/media/post_attachments/wp-content/uploads/2018/01/Secretariat_Bhubaneswar_2-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)