ଭୁବନେଶ୍ୱର: ସରକାରୀ ଓ ଅନୁଦାନପ୍ରାପ୍ତ କଲେଜ ଅଧ୍ୟାପକଙ୍କ ପାଇଁ ସରକାର ଖୁସି ଖବର ଆଣିଛନ୍ତି। ରାଜ୍ୟ କ୍ୟାବିନେଟ ବୈଠକରେ ସରକାର ଶନିବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ପୁରୁଣା ହାରରେ ଦରମା ପାଉଥିବା ଅଧ୍ୟାପକଙ୍କ ଦରମା ବଢ଼ିବ। ପିଛଲା ଭାବରେ ୨୦୧୬ ଜାନୁଆରି ପହିଲାରୁ ବର୍ଦ୍ଧିତ ଦରମା ମିଳିବ। ଏହା ଦ୍ୱାରା ରାଜ୍ୟର ମୋଟ ୫୨୦୩ ଅଧ୍ୟାପକ ଓ ଅଧ୍ୟାପିକା ଉପକୃତ ହେବେ।

Advertisment

କଣ୍ଟିଜେନ୍ସି ଫଣ୍ଡ ୪୦୦ ରୁ ୧୬୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। କାଳିଆ ଯୋଜନା ପାଇଁ କଣ୍ଟିଜେନ୍ସି ଫଣ୍ଡ ବଢ଼ିଛି। କ୍ୟାବିନେଟ ବୈଠକରେ କାଳିଆ ଯୋଜନା ପାଣ୍ଠି ଯେଗାଡ ପାଇଁ ଆଧ୍ୟାଦେଶ ଆସିବ ବୋଲି ଆଲୋଚନା ହୋଇଛି। ଆଧ୍ୟାଦେଶ ଆଣିବା ଲାଗି ରାଜ୍ୟ କ୍ୟାବିନେଟ ମଂଜୁରୀ ଦେଇଛି। ସେହିପରି ବାଲୁକା କଳା ପାଇଁ ଅନ୍ତର୍ଜାତୀୟ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବାଙ୍କୀ ମୁହାଣରେ ରାଜ୍ୟ ସରକାର ଜମି ଯୋଗାଇଦେବେ। ବୈଠକରେ ରାଜ୍ୟ ସରକାର ମୋଟ ୧୨ ପ୍ରସ୍ତାବକୁ ମଂଜୁରୀ ଦେଇଛନ୍ତି।