ସଚିବାଳୟରେ ରାଜ୍ୟ ମନ୍ତ୍ରୀପରିଷଦ ବୈଠକ ଆରମ୍ଭ

ଭୁବନେଶ୍ୱର: ରାଜ୍ୟ ମନ୍ତ୍ରୀପରିଷଦର ସ୍ବତନ୍ତ୍ର ବୈଠକ ମଙ୍ଗଳବାର ସଚିବାଳୟ ପରିସରରେ ଆରମ୍ଭ ହୋଇ ଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ବିଭିନ୍ନ ବିକାଶ ମୂଳକ ଯୋଜନା ସଂପର୍କରେ  ଆଲୋଚନା ହେଉଛି। ଏଥିସହ  ଗତ ୫ ବର୍ଷରେ ସରକାରଙ୍କର ଉପଲବ୍ଧିକୁ ମଧ୍ୟ ସମୀକ୍ଷା କରାଯାଉଛି । ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭାଗର ସଫଳତାକୁ ସମୀକ୍ଷା କରୁଛନ୍ତି। ନିର୍ବାଚନ ପୂର୍ବରୁ ସମ୍ଭବତଃ ଏହା  ରାଜ୍ୟ ସରକାରଙ୍କ ଶେଷ ମନ୍ତ୍ରୀପରିଷଦ ବୈଠକ ହୋଇଥିବାରୁ ବହୁ ଗୁରୁତ୍ୱ ବହନ କରୁଛି।

ସମ୍ବନ୍ଧିତ ଖବର