ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରସ୍ତୁତି ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସାମ୍ବାଦିକ ସମ୍ମିଳନୀ: ମତଦାନ ପାଇଁ କଡା ସୁରକ୍ଷା 

ଭୁବନେଶ୍ବର: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାର ସନ୍ଧ୍ୟାରେ ପ୍ରଚାର ସରୁଛି । ସନ୍ଧ୍ୟା ୬ଟାରେ ପ୍ରଚାର ଶେଷ ହେବ।  ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରସ୍ତୁତି ପାଇଁ ସିଇଓ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ବୁଥ ଗୁଡିକ ସନ୍ଧ୍ୟା ପର୍ଯ୍ୟନ୍ତ ଖୋଲା ରହିବା ସହ ଶାନ୍ତିଶୃଙ୍ଖଳାରେ ମତଦାନ ପାଇଁ ବ୍ୟବସ୍ଥା କରାଯାଇଛି । ଭୋଟରମାନଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି ।

ବିଶୃଙ୍ଖଳା ସୃଷ୍ଟି କରୁଥିବା ଲୋକଙ୍କୁ ଲୋକଙ୍କୁ ବୁଥ୍‌ ଭିତରକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ। ଏହାକୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମେ’୨୫ ଶନିବାର ରାଜ୍ୟର ୬ ଲୋକସଭା ଆସନ ଏବଂ ୪୨ ବିଧାନସଭା ଆସନରେ ତୃତୀୟ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ନିର୍ବାଚନ ପାଇଁ ୯୪.୪୮ ଲକ୍ଷ ଭୋଟର ।

୪୨ ବିଧାନସଭାରେ  ୩୩୯ଜଣ ପୁରୁଷ ଓ ୪୪ଜଣ ମହିଳା ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି।  ୬ ଲୋକସଭା ଆସନରେ  ୬୪ଜଣ ପ୍ରାର୍ଥୀ ମଇଦାନରେ ରହିଛନ୍ତି । ବରିଷ୍ଠ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଯୁବ ଭୋଟରଙ୍କ ସଂଖ୍ୟା ରାଜ୍ୟରେ ୩୦ ପ୍ରତିଶତ ରହିଛି । ଘରେ ଭୋଟ ଦେବାର ସୁବିଧା ମଧ୍ୟ କରାଯାଇଛି । ପୋଲିସ, କର୍ମଚାରୀମାନଙ୍କ ପାଇଁ ପୋଷ୍ଟାଲ ବାଲାଟର ସୁବିଧା କରାଯାଇଛି । ମତଦାନ କେନ୍ଦ୍ରରେ ପାନୀୟ ଜଳ ଏବଂ ଓଆରଏସର ବ୍ୟବସ୍ଥା କରାଯାଇଛି ।

 

ସମ୍ବନ୍ଧିତ ଖବର