ରାଜ୍ୟରେ ଆଉ ୧୭ଜଣଙ୍କ ମୃତ୍ୟୁ, କରୋନାଜନିତ ମୃତକଙ୍କ ସଂଖ୍ୟା ୯୨୪ରେ ପହଞ୍ଚିଲା

ଭୁବନେଶ୍ବର: କରୋନାରେ ଆଜି ପୁଣି ୧୭ଜଣଙ୍କ ମୃତ୍ୟୁ ଘଟିଛି। ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୨୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟରେ ଆଜି ଯେଉଁ ୧୭ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି, ସେଥିମଧ୍ୟରେ କଟକ ଓ ପୁରୀରୁ ୩ଜଣ ଲେଖାଏଁ, ବୌଦ୍ଧ, ଭୁବନେଶ୍ବର ଏବଂ ବାଲେଶ୍ବରରୁ ୨ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ  ଅନୁଗୁଳ, କେନ୍ଦୁଝର, ନବରଙ୍ଗପୁର, ସୁନ୍ଦରଗଡ଼ ଏବଂ ରାୟଗଡ଼ାରୁ ଜଣେ ଲେଖାଏଁ  କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

୧୭ଜଣଙ୍କ ମଧ୍ୟରୁ ୬ଜଣଙ୍କ ମଧ୍ୟରେ ମଧୁମେହ ରୋଗ ସମେତ ଉଚ୍ଚ ରକ୍ତଚାପର ସମସ୍ୟା ରହିଥିବା ବେଳେ ଜଣେ ଫୁସଫୁସ ଯକ୍ଷ୍ମା ରୋଗରେ ପୀଡିତ ଥିଲେ।

ଏବେ ରାଜ୍ୟରେ ମୋଟ୍ ୨,୦୨,୩୦୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨,୦୫୧ ରହିଛି। ଏହା ସହ ଆଜି ରାଜ୍ୟରେ ୨୬୧୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୫୨୧ ଓ ସ୍ଥାନୀୟ ଅଞ୍ଚଳରୁ ୧୦୯୬ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୩୫ ହଜାର ୩୩୦କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର