ରାଜ୍ୟରେ ପୁଣି ୧୬ ଜଣଙ୍କ ପ୍ରାଣହାନି, କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୭୫କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ କରୋନାରେ ପୁଣି ୧୬ ଜଣଙ୍କର ମୃତ୍ୟୁ ଘଟିଛି। ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୭୫କୁ ବୃଦ୍ଧି ପାଇଛି।  ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟରେ ଆଜି ଯେଉଁ ୧୭ ଆକ୍ରାନ୍ତଙ୍କ ମୃତ୍ୟୁ ଘଟଛି ସେମାନଙ୍କ ମଧ୍ୟରେ ଭୁବନେଶ୍ବରରୁ ୪ଜଣ, ନୟାଗଡ଼ରୁ ୩ଜଣ, ଖୋର୍ଦ୍ଧା, ବାଲେଶ୍ବର ଏବଂ କଟକରୁ ୨ଜଣ ଲେଖାଁଏ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଥିବା ବେଳେ କଳାହାଣ୍ଡି, ଜଗତସିଂହପୁର ଏବଂ ବରଗଡ଼ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏମାନେ ସମସ୍ତେ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁବରଣ କରିଛନ୍ତି।

ଏମାନଙ୍କ ମଧ୍ୟରୁ ୧୧ ଜଣଙ୍କର ପୂର୍ବରୁ ମଧୁମେହ ରୋଗ ସହ ଅନ୍ୟାନ୍ୟ ରୋଗ ମଧ୍ୟ ଥିଲା। ମୃତକମାନଙ୍କ ମଧ୍ୟରେ ଶ୍ବାସ, ହାଇପରଟେନ୍‌ସନ ଓ କିଡ୍‌ନି ରୋଗୀ ମଧ୍ୟ ଥିଲେ। ସମୁଦାୟ ୧୬ ଜଣ କରୋନା ମୃତକଙ୍କ ମଧ୍ୟରୁ ୯ ଜଣ ପୁରୁଷ ଥିବା ବେଳେ ୭ ଜଣ ମହିଳା ରହିଛନ୍ତି।

 

 

 

 

୧୬ଜଣଙ୍କ ମୃତ୍ୟୁ ସହ ଆଜି ରାଜ୍ୟରେ ୩୬୦୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୧୦୯ ଓ ସ୍ଥାନୀୟ ଅଞ୍ଚଳରୁ ୧୪୯୧ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୨୬ ହଜାର ୩୩୪କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର