ଆଜି କମିଛି ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୫,୯୦୧ ଜଣ ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଆଜି କମିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫,୯୦୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୪୧୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୨୪୮୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୭୩୯ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୩୦ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୯୩ ଜଣ, ବାଲେଶ୍ୱରରୁ ୩୦୦ ଜଣ, ବରଗଡ଼ରୁ ୧୦୨ ଜଣ, ଭଦ୍ରକରୁ ୯୬ ଜଣ, ବଲାଙ୍ଗୀରରୁ ୧୮୪ ଜଣ, ବୌଦ୍ଧ ଜିଲ୍ଲାରୁ ୭୮, କଟକରୁ ୪୦୨ ଜଣ, ଦେବଗଡ଼ରୁ ୮୯ ଜଣ, ଢେଙ୍କାନାଳରୁ ୭୩ ଜଣ, ଗଜପତିରୁ ୬୯, ଗଞ୍ଜାମରୁ ୯୫ ଜଣ, ଜଗତସିଂହପୁରରୁ ୮୨ ଜଣ, ଯାଜପୁରରୁ ୧୯୧ ଜଣ, ଝାରସୁଗୁଡ଼ାରୁ ୬୩ ଜଣ, କଳାହାଣ୍ଡିରୁ ୧୬୮ ଜଣ, କନ୍ଧମାଳରୁ ୮୬ ଜଣ, କେନ୍ଦ୍ରାପଡ଼ାରୁ ୧୪୪ ଜଣ, କେଉଁଝରରୁ ୧୨୮ ଜଣ, ଖୋର୍ଦ୍ଧାରୁ ୧୪୩୦ ଜଣ, କୋରାପୁଟରୁ ୬୪ ଜଣ, ମାଲକାନଗିରିରୁ ୫୫ ଜଣ, ମୟୁରଭଞ୍ଜରୁ ୧୪୯ଜଣ, ନବରଙ୍ଗପୁରରୁ ୧୧୩, ନୟାଗଡ଼ରୁ ୧୮୦ ଜଣ, ନୂଆପଡ଼ାରୁ ୧୮୯ ଜଣ, ପୁରୀରୁ ୧୧୭ ଜଣ, ରାୟଗଡ଼ାରୁ ୧୦୧ ଜଣ, ସମ୍ୱଲପୁରରୁ ୧୩୮ ଜଣ, ସୋନପୁରରୁ ୮୬, ସୁନ୍ଦରଗଡ଼ରୁ ୫୪୫ ଜଣ ଓ ଷ୍ଟେଟ ପୁଲରୁ ୨୯୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୨୩୧୧୬୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୧୫୨୨୩୯ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୭୦,୩୨୭ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

ସମ୍ବନ୍ଧିତ ଖବର