ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୭୩୦କରୋନା ଆକ୍ରାନ୍ତ ଚିହ୍ନଟ, ୧୬ ମୃତ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୭୩୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୧୯ ଜଣ ସଂଗରୋଧ କେନ୍ଦ୍ରରୁ ଥିବା ବେଳେ ୩୧୧ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩୧୬୦୦୧ରେ ପହଞ୍ଚିଛି। ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୩୦୭୩୭୪ ଜଣ ଓ ଏବେ ବି ସକ୍ରିୟ ଅଛନ୍ତି ୬୮୮୭ ଜଣ। ଅନ୍ୟପକ୍ଷରେ ରାଜ୍ୟରେ ଆଉ ୧୬ ଜଣଙ୍କର କରୋନାଜନୀତ ମୃତ୍ୟୁ ଘଟିଛି।

ଗତ ୨୪ ଘଣ୍ଟା ମଧ୍ୟ‌ରେ ଅନୁଗୁଳ ଜିଲ୍ଲାରୁ ୪୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୫୩ଜଣ, ବରଗଡ଼ରୁ ୨୧ଜଣ, ଭଦ୍ରକରୁ ୭ଜଣ, ବଲାଙ୍ଗୀରରୁ ୪୦ଜଣ, ବୌଦ୍ଧରୁ ଜଣେ, କଟକରୁ ୪୯ଜଣ, ଦେବଗଡ଼ରୁ ୪ଜଣ , ଢେଙ୍କାନାଳରୁ ୭ଜଣ, ଗଜପତିରୁ ୪ଜଣ, ଗଞ୍ଜାମରୁ ୧୨ଜଣ, ଜଗତ୍‌ସିଂହପୁରରୁ ୨୪ଜଣ, ଯାଜପୁରରୁ ୨୫ଜଣ, ଝାରସୁଗୁଡ଼ାରୁ ୨୫ ଜଣ, କଳାହାଣ୍ଡିରୁ ୩୩ଜଣ, କନ୍ଧମାଳରୁ ଜଣେ, କେନ୍ଦ୍ରାପଡ଼ାରୁ ୧୪ଜଣ, କେନ୍ଦୁଝରରୁ ୪୦ଜଣ, ଖେ‌ାର୍ଦ୍ଧାରୁ ୬୫ଜଣ, କୋରାପୁଟରୁ ୫ଜଣ, ମାଲକାନଗିରିରୁ ୩ଜଣ, ମୟୂରଭଞ୍ଜରୁ ୬୮ଜଣ, ନବରଙ୍ଗପୁରରୁ ୭ଜଣ, ନୟାଗଡ଼ରୁ ୮ଜଣ, ନୂଆପଡ଼ାରୁ ୪୬ଜଣ, ପୁରୀରୁ ୨୯ଜଣ, ରାୟଗଡ଼ାରୁ ୮ଜଣ, ସମ୍ବଲପୁରରୁ ୯ଜଣ, ସୋନପୁରରୁ ୯ଜଣ, ସୁନ୍ଦରଗଡ଼ରୁ ୫୭ଜଣ ଓ ଷ୍ଟେଟ୍‌ ପୁଲ୍‌ରୁ ୧୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର