ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୬୪୪କରୋନା ଆକ୍ରାନ୍ତ ଚିହ୍ନଟ, ୧୭ ମୃତ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ କମ୍‌ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬୪୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୩୬୯ ଜଣ ଚିହ୍ନଟ ହୋଇଥିବା ବେଳେ ୨୭୫ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ସଂକ୍ରମିତଙ୍କୁ ମିଶାଇ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩୧୬୬୪୫ରେ ପହଞ୍ଚିଛି। ଏହା ସହ ଗତ ୨୪ଘଣ୍ଟା ମଧ୍ୟରେ ୧୭ଜଣଙ୍କ ମୃତ୍ୟୁ ହୋଇଛି।

ଗତ ୨୪ ଘଣ୍ଟା ମଧ୍ୟ‌ରେ ଅନୁଗୁଳ ଜିଲ୍ଲାରୁ ୫୦ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୧୧ ଜଣ, ବରଗଡ଼ରୁ ୧୯ଜଣ, ଭଦ୍ରକରୁ ୧୧ଜଣ, ବଲାଙ୍ଗୀରରୁ ୩୨ଜଣ, ବୌଦ୍ଧରୁ ୨, କଟକରୁ ୬୪ଜଣ, ଦେବଗଡ଼ରୁ ୨ଜଣ , ଢେଙ୍କାନାଳରୁ ୫ଜଣ, ଗଜପତିରୁ ୨ଜଣ, ଗଞ୍ଜାମରୁ ୧୮ଜଣ, ଜଗତ୍‌ସିଂହପୁରରୁ ୨୬ଜଣ, ଯାଜପୁରରୁ ୧୭ଜଣ, ଝାରସୁଗୁଡ଼ାରୁ ୨୧ ଜଣ, କଳାହାଣ୍ଡିରୁ ୩୫ଜଣ, କନ୍ଧମାଳରୁ ୧, କେନ୍ଦ୍ରାପଡ଼ାରୁ ୨୭ଜଣ, କେନ୍ଦୁଝରରୁ ୪୨ଜଣ, ଖେ‌ାର୍ଦ୍ଧାରୁ ୪୯ଜଣ, କୋରାପୁଟରୁ ୧୦ଜଣ, ମାଲକାନଗିରିରୁ ୪ଜଣ, ମୟୂରଭଞ୍ଜରୁ ୩୬ଜଣ, ନବରଙ୍ଗପୁରରୁ ୧୧ଜଣ, ନୟାଗଡ଼ରୁ ୪ଜଣ, ନୂଆପଡ଼ାରୁ ୩୬ଜଣ, ପୁରୀରୁ ୧୬ଜଣ, ରାୟଗଡ଼ାରୁ ୪ଜଣ, ସମ୍ବଲପୁରରୁ ୧୫ଜଣ, ସୋନପୁରରୁ ୨ଜଣ, ସୁନ୍ଦରଗଡ଼ରୁ ୬୨ ଜଣ ଓ ଷ୍ଟେଟ୍‌ ପୁଲ୍‌ରୁ ୧୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର