‌ଖୋର୍ଦ୍ଧାରେ ୪୨ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୩୧୪୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୮୨୫ ଓ ସ୍ଥାନୀୟ ଅଞ୍ଚଳରୁ ୧୩୧୯ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୪୪ ହଜାର ୧୪୨କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରଦତ୍ତ ସୂଚନା ଅନୁଯାୟୀ ଏଯାବତ୍ ଅନୁଗୁଳ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୫,୨୦୩ ଥିବା ବେଳେ ବାଲେଶ୍ବରରେ ୮୩୫୦, ବରଗଡ଼ରେ ୭୧୭୧, ଭଦ୍ରକରେ ୫୭୬୫, ବଲାଙ୍ଗିରରେ ୫୦୬୮, ବୌଦ୍ଧରେ ୨୦୮୩, କଟକରେ ୨୨,୫୩୨, ଦେବଗଡ଼ରେ ୭୭୯, ଢେଙ୍କାନାଳରେ ୪୨୩୦, ଗଜପତିରେ ୩,୬୭୭, ଗଞ୍ଜାମରେ ୨୦,୫୦୫, ଜଗତ୍‌ସିଂହପୁରରେ ୫,୮୬୭, ଯାଜପୁର‌େ ୯୨୧୪, ଝାରସୁଗୁଡ଼ାରେ ୫୧୨୫, କଳାହାଣ୍ଡିରେ ୩,୮୩୯, କନ୍ଧମାଳରେ ୪,୯୭୨, କେନ୍ଦ୍ରାପଡ଼ାରେ, ୬,୦୦୦, କେନ୍ଦୁଝରରେ ୪,୯୮୨, ଖୋର୍ଦ୍ଧାରେ ୪୨,୨୮୦, କୋରାପୁଟରେ ୬, ୫୧୩, ମାଲକାନଗିରିରେ ୪୦୨୪, ମୟୂରଭଞ୍ଜରେ ୯୦୨୮, ନବବରଙ୍ଗପୁରରେ ୪୨୧୨, ନୟାଗଡ଼ରେ ୫୨୩୩, ନୂଆପଡ଼ାରେ ୩,୮୯୦, ପୁରୀରେ ୧୧,୦୬୩, ରାୟଗଡ଼ାରେ ୭,୭୦୪, ସମ୍ବଲପୁରରେ ୬,୮୬୪, ସୁବର୍ଣ୍ଣପୁରରେ ୩୪୭୬, ସୁନ୍ଦରଗଡ଼ରେ ୮୨୫୩ ଏବଂ ଷ୍ଟେଟ୍‌ ପୁଲ୍‌ରେ ୬୨୪୦ରେ ପହଞ୍ଚିଛି।

ଏଣେ କରୋନାରେ ପୁଣି ୧୬ ଜଣଙ୍କ ମୃତ୍ୟୁ ଘଟିଛି।  ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୭୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର