ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟେ ୧୫୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷ ମଧ୍ୟରେ ଅଛନ୍ତି ୧୮ ଜଣ। ସଂଗରୋଧ କେନ୍ଦ୍ରରୁ ୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ଅଛନ୍ତି ୬୬ ଜଣ।
ବାଲେଶ୍ବର ଜିଲ୍ଲାରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୭ ଜଣ, ବଲାଙ୍ଗୀରରୁ ୭ ଜଣ, କଟକରୁ ୨୬ ଜଣ, ଦେଓଗଡ଼ରୁ ୨୬ ଜଣ, ଢେଙ୍କାନାଳରୁ ୩ ଜଣ, ଗଞ୍ଜାମରୁ ୪ ଜଣ, ଜଗତ୍ସିଂହପୁରରୁ ୬ ଜଣ, ଯାଜପୁରରୁ ୩ ଜଣ, ଝାରସୁଗୁଡ଼ାରୁ ଜଣେ, କଳାହାଣ୍ଡିରୁ ୪ ଜଣ, କନ୍ଧମାଳରୁ ୪ ଜଣ, କେନ୍ଦ୍ରାପଡ଼ାରୁ ଜଣେ, ଖୋର୍ଦ୍ଧାରୁ ୨୮ ଜଣ, କୋରାପୁଟରୁ ୨ ଜଣ, ମୟୂରଭଞ୍ଜରୁ ୨ ଜଣ, ନବରଙ୍ଗପୁରରୁ ୪ ଜଣ, ନୟାଗଡ଼ରୁ ୫ ଜଣ, ନୂଆପଡ଼ାରୁ ୭ ଜଣ, ପୁରୀରୁ ୧୦ ଜଣ, ରାୟଗଡ଼ାରୁ ଜଣେ, ସମ୍ବଲପୁରରୁ ୩ ଜଣ, ସୋନପୁରରୁ ୪ ଜଣ, ସୁନ୍ଦରଗଡ଼ରୁ ୧୭ ଜଣ ଓ ଷ୍ଟେଟ୍ପୁଲ୍ରୁ ୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ନୂତନ ସଂକ୍ରମିତଙ୍କୁ ମିଶାଇ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୩୩୦୫୯୩ରେ ପହଞ୍ଚିଛି। ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୧୩୧୯୫୮୮ ଜଣ। ଏବେ ବି ସକ୍ରିୟ ଅଛନ୍ତି ୧୭୬୭ ଜଣ।