ଭୁବନେଶ୍ବର: ଆଜି ରାଜ୍ୟରେ ୩୪୪୩ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୦୧୭ ଓ ସ୍ଥାନୀୟ ଅଞ୍ଚଳରୁ ୧୪୨୬ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୧୯ ହଜାର ୧୧୯କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ ଆଜି କେତେଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୦୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୧୦୦, ବାଲେଶ୍ବରରୁ ୧୫୨, ବରଗଡ଼ରୁ ୧୧୧, ଭଦ୍ରକରୁ ୯୫, ବଲାଙ୍ଗୀରରୁ ୧୧୪, ବୌଦ୍ଧରୁ ୧୦, କଟକରୁ ୩୫୯, ଦେବଗଡ଼ରୁ ୧୩, ଢେଙ୍କାନାଳରୁ ୪୭, ଗଜପତିରୁ ୧୮, ଗଞ୍ଜାମରୁ ୫୪, ଜଗତ୍‌ସିଂହପୁରରୁ ୭୮, ଯାଜପୁରରୁ ୧୩୦, ଝାରସୁଗୁଡ଼ାରୁ ୭୭, କଳାହାଣ୍ଡିରୁ ୭୬, କନ୍ଧମାଳରୁ ୧୦୩, କେନ୍ଦ୍ରାପଡ଼ାରୁ ୧୦୧, କେନ୍ଦୁଝରରୁ ୯୭, କୋରାପୁଟରୁ ୫୨, ମାଲକାନଗିରିରୁ ୨୯, ମୟୂରଭଞ୍ଜରୁ ୧୪୧, ନବରଙ୍ଗପୁରରୁ ୮୯, ନୟାଗଡ଼ରୁ ୮୮, ନୂଆପଡ଼ାରୁ ୮୭, ପୁରୀରୁ ୧୩୨, ରାୟଗଡ଼ାରୁ ୨୯, ସମ୍ବଲପୁରରୁ ୧୩୧, ସୋନପୁରରୁ ୯୪, ସୁନ୍ଦରଗଡ଼ରୁ ୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାଛଡ଼ା ଷ୍ଟେଟ୍ ପୁଲରୁ ୧୫୪ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି।

ଏବେ ରାଜ୍ୟରେ ମୋଟ୍ ୧୮,୧୪,୮୧  ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୬,୭୪୩ ରହିଛି।