ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୬୪୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୭୪ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୬୮ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜାଣିବାକୁ ମିଳିଛି। ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୫ ହଜାର ୨୭୧ ଛୁଇଁଛି। ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୩ ଲକ୍ଷ ୬ହଜାର ୭୨୬ଜଣ। ଏବେ ବି ସକ୍ରିୟ ଅଛନ୍ତି ୬ ହଜାର ୮୨୧ ଜଣ। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏପଟେ କରୋନାରେ ପୁଣି ୧୪ ଜଣଙ୍କର ମୃତ୍ୟୁ ଘଟିଛି।
22. Mayurbhanj: 41
23. Nawarangpur: 4
24. Nayagarh: 2
25. Nuapada: 69
26. Puri: 17
27. Rayagada: 5
28. Sambalpur: 19
29. Sonepur: 2
30. Sundargarh: 66
31. State Pool: 12New recoveries: 913
Cumulative tested: 5642407
Positive: 315271
Recovered: 306726
Active cases: 6821— I & PR Department, Odisha (@IPR_Odisha) November 24, 2020
ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୪୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୨୫ ଜଣ, ବରଗଡ଼ରୁ ୧୫ ଜଣ, ଭଦ୍ରକରୁ ୨୦ଜଣ, ବଲାଙ୍ଗୀରରୁ ୧୬ ଜଣ, ବୌଦ୍ଧରୁ ୩ ଜଣ, କଟକରୁ ୨୬ଜଣ, ଦେବଗଡ଼ରୁ ୪ ଜଣ, ଢେଙ୍କାନାଳରୁ ୧୬ ଜଣ, ଗଜପତିରୁ ୨, ଗଞ୍ଜାମରୁ ୬ ଜଣ, ଜଗତ୍ସିଂହପୁରରୁ ୧୮ ଜଣ, ଯାଜପୁରରୁ ୧୫ ଜଣ, ଝାରସୁଗୁଡ଼ାରୁ ୨୧ ଜଣ, କଳାହାଣ୍ଡିରୁ ୭ଜଣ, କନ୍ଧମାଳରୁ ୩ ଜଣ, କେନ୍ଦ୍ରାପଡ଼ାରୁ ୧୬ ଜଣ, କେନ୍ଦୁଝରରୁ ୭୦ ଜଣ, ଖୋର୍ଦ୍ଧାରୁ ୬୨ ଜଣ, ମାଲକାନଗିରିରୁ ୪ ଜଣ, ମୟୂରଭଞ୍ଜରୁ ୪୧ ଜଣ, ନବରଙ୍ଗପୁରରୁ ୪ ଜଣ, ନୟାଗଡ଼ରୁ ୨ ଜଣ, ନୂଆପଡ଼ାରୁ ୬୯ ଜଣ, ପୁରୀରୁ ୧୭ ଜଣ, ରାୟଗଡ଼ାରୁ ୫ ଜଣ, ସମ୍ବଲପୁରରୁ ୧୯ ଜଣ, ସୁନ୍ଦରଗଡ଼ରୁ ୬୬ ଜଣ ଓ ଷ୍ଟେଟ୍ପୁଲ୍ରୁ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।