ରାଜ୍ୟରେ ଗତ ୨୪ଘଣ୍ଟାରେ ୬୧୧୬ଜଣ କରୋନା ସଂକ୍ରମିତ ଚିହ୍ନଟ, ୭ମୃତ

ଭୁବନେଶ୍ୱର: ଗତକାଲି ଅପେକ୍ଷା ଆଜି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ୬୧୧୬ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ୩୦ଜିଲ୍ଲାରୁ ୧୮ଟି ଜିଲ୍ଲାରେ ତିନି ଅଙ୍କ ଛୁଇଁଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଏହା ସହ ଗତ ୨୩ଦିନରେ ୬୬,୪୪୧ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ୬୧୧୬ଜଣ ନୂଆ କରୋନା ସଂକ୍ରମିତଙ୍କ ମଧ୍ୟରୁ ସ୍ଥାନୀୟ ମାମଲା ୨୫୭୦ଟି ହୋଇଥିବାବେଳେ ୩୫୪୬ଟି କ୍ଵାରେଣ୍ଟିନ ମାମଲା ବୋଲି ଜଣାପଡ଼ିଛି। ଏହା ସହ ଗତ ୨୪ଘଣ୍ଟା ଭିତରେ ୪୩୭୫୬ ନମୂନା ପରୀକ୍ଷଣ ହୋଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୮୭୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୭୮୫ ଏବଂ ନୂଆପଡ଼ାରୁ ୪୩୦ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିଭଳି ଅନୁଗୁଳରୁ ୧୫୧ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୧୦୨ଜଣ, ବରଗଡ଼ରୁ ୨୬୨, ଭଦ୍ରକରୁ ୮୭ଜଣ, ବଲାଙ୍ଗୀରରୁ ୧୮୯ଜଣ, ବୌଦ୍ଧରୁ ୩୨ଜଣ, କଟକରୁ ୩୪୩ଜଣ, ଦେଓଗଡ଼ରୁ ୩୯ଜଣ, ଢ଼େଙ୍କାନାଳରୁ ୮ଜଣ, ଗଜପତିରୁ ୭୮ଜଣ, ଗଞ୍ଜାମରୁ ୧୩୪ଜଣ, ଜଗତସିଂହପୁରରୁ ୭୩ଜଣ, ଯାଜପୁରରୁ ୩୨୪ଜଣ, ଝାରସୁଗୁଡ଼ାରୁ ୨୫୪ଜଣ, କଳାହାଣ୍ଡିରୁ ୩୨୧ଜଣ, କନ୍ଧମାଳରୁ ୩୬ଜଣ, କେନ୍ଦ୍ରାପଡ଼ାରୁ ୪୬ଜଣ, କେନ୍ଦୁଝରରୁ ୧୧୮ଜଣ,କୋରାପୁଟରୁ ୭୧ଜଣ, ମାଲକାନଗିରିରୁ ୩୨ଜଣ, ମୟୂରଭଞ୍ଜରୁ ୧୫୮ଜଣ, ନବରଙ୍ଗପୁରରୁ ୩୧୮ଜଣ, ନୟାଗଡ଼ରୁ ୯୯ଜଣ, ପୁରୀରୁ ୧୮୦ଜଣ, ରାୟଗଡ଼ାରୁ ୧୦୪ଜଣ, ସମ୍ବଲପୁରରୁ ୨୮୦ଜଣ, ସୋନପୁରରୁ ୮ଜଣ ଏବଂ ଷ୍ଟେଟ ପୁଲରୁ ୧୭୯ଜଣ ସଂକ୍ରମିତ ରହିଛନ୍ତି।

ଏହା ସହ ୨୪ଘଣ୍ଟାରେ ୭ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ୭ଜଣଙ୍କ ମଧ୍ୟରୁ ରାୟଗଡ଼ାରୁ ସର୍ବାଧିକ ୨ଜଣ ଆକ୍ରାନ୍ତ ରହିଛନ୍ତି। ଏହା ସହ ଗଞ୍ଜାମ, କଳାହାଣ୍ଡି, ଖୋର୍ଦ୍ଧା, ପୁରୀ ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତ ରହିଛନ୍ତି।

ସମ୍ବନ୍ଧିତ ଖବର