ଭୁବନେଶ୍ୱର: ରାଜ୍ୟରେ ତଳମୁହାଁ ହୋଇଛି ସଂକ୍ରମଣ । ୨୪ ଘଂଟାରେ ରାଜ୍ୟରେ ୯୭୯୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୫ ହଜାର ୫୩୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ଅଛନ୍ତି ୪ ହଜାର ୨୫୯ । ଖୋର୍ଦ୍ଧାରେ ସର୍ବାଧିକ ୧୫୧୧ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ ଦ୍ୱିତୀୟ ସ୍ଥାନରେ ରହିଛି । ଜିଲ୍ଲାରେ ୧୦୧୮ ମାମଲା ଚିହ୍ନଟ ହୋଇଛି । ସେହିଭଳି ଅନୁଗୁଳରେ ୫୨୬, କଟକରେ ୬୪୧, ଝାରୁସୁଗୁଡାରେ ୪୦୪, ନୂଆପଡାରୁ ୪୦୧ ନୂଆ ପଜିଟିଭ ମାମଲା ଆସିଛି ।
Covid-19 Report For 10th May
New Positive Cases: 9793
In quarantine: 5534
Local contacts: 4259(Details of local contacts will be shared by concerned Dist Administration)
District Wise Cases:
1. Angul: 526
2. Balasore: 314
3. Bargarh: 270
4. Bhadrak: 52
5. Balangir: 342— I & PR Department, Odisha (@IPR_Odisha) May 11, 2021
ସେହିପରି ଯାଜପୁରରୁ ୩୭୬, ସମ୍ବଲପୁରରେ ୩୫୬, ବଲାଙ୍ଗୀରରୁ ୩୪୨, ପୁରୀରୁ ୩୫୧, ନବରଙ୍ଗପୁରରୁ ୩୦୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୭ଟି ଜିଲ୍ଲାରେ ୩ଅଙ୍କ ଉପରେ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତିଙ୍କ ସଂଖ୍ୟା ୫ ଲକ୍ଷ ୫୪ ହଜାର ୬୬୬ ରହିଛି । ସୁସ୍ଥ ହୋଇଛନ୍ତି ୪ ଲକ୍ଷ ୫୭ ହଜାର ୫୬୯ଜଣ । କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି ୯୪ ହଜାର ୮୨୯ ଜଣ । ସେହିପରି ଗୋଟିଏ ଦିନରେ ୧୮ଜଣଙ୍କ ଜୀବନ ନେଇଛି କରୋନା । ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୨ ହଜାର ୨୧୫ ରହିଛି । ୪୬ ହଜାର ୨୪୧ ନମୁନା ପରୀକ୍ଷା କରାଯାଇଛି ।