ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୦୭୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୦୭୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ‌ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧୯୨ ଜଣ ସଂଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୮୮୨ ଜଣ ସ୍ଥାନୀୟ ସଂକ୍ରମିତ।

ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ପଜିଟିଭ୍‌ ସଂଖ୍ୟା ୯୪୫୭୪୯ରେ ପହଞ୍ଚିଛି। ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୯୧୮୦୪୧ ଜଣ ଓ ଏବେ ବି ସକ୍ରିୟ ଅଛନ୍ତି ୨୨୮୬୦ ଜଣ।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୫୯ କରୋନା ସଂକ୍ରମିତ ଚିହ୍ନଟ ‌ହୋଇଥିବା ବେଳେ ବାଲେଶ୍ବରରୁ ୧୧୫ ଜଣ, ବରଗଡ଼ରୁ ୩୮ ଜଣ, ଭଦ୍ରକରୁ ୧୧୦ ଜଣ, ବଲାଙ୍ଗୀରରୁ ୧୭ ଜଣ, ବୌଦ୍ଧରୁ ୧୨ ଜଣ, କଟକରୁ ୨୮୩ ଜଣ, ଦେବଗଡ଼ରୁ ୩ ଜଣ, ଢେଙ୍କାନାଳରୁ ୬୧ ଜଣ, ଗଜପତିରୁ ୩ ଜଣ, ଗଞ୍ଜାମରୁ ୫ ଜଣ, ଜଗତ୍‌ସିଂହପୁରରୁ ୯୯ ଜଣ, ଯାଜପୁରରୁ ୧୨୦ ଜଣ, ଝାରସୁଗୁଡ଼ାରୁ ୫ ଜଣ, କଳାହାଣ୍ଡିରୁ ୫ ଜଣ, କନ୍ଧମାଳରୁ ୧୯ ଜଣ, କେନ୍ଦ୍ରାପଡ଼ାରୁ ୫୮ ଜଣ, କେନ୍ଦୁଝରରୁ ୪୬ ଜଣ, ଖୋର୍ଦ୍ଧାରୁ ୪୪୩ ଜଣ, କୋରାପୁଟରୁ ୧୦ ଜଣ, ମାଲକାନଗିରିରୁ ୪୭ ଜଣ, ମୟୂରଭଞ୍ଜରୁ ୧୧୫ ଜଣ, ନବରଙ୍ଗପୁରରୁ ୧୦ ଜଣ, ନୟାଗଡ଼ରୁ ୫୮ ଜଣ, ନୂଆପଡ଼ାରୁ ୪ ଜଣ, ପୁରୀରୁ ୧୩୩ ଜଣ, ରାୟଗଡ଼ାରୁ ୧୬ ଜଣ, ସମ୍ବଲପୁରରୁ ୩୦ ଜଣ, ସୋନପୁରରୁ ୯ ଜଣ, ସୁନ୍ଦରଗଡ଼ରୁ ୫୬ ଜଣ ଓ ଷ୍ଟେଟ୍‌ପୁଲ୍‌ରୁ ୮୫ ଜଣ ଚିିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର