ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୯୧୭ କରୋନା ଆକ୍ରାନ୍ତ ଚିହ୍ନଟ, ୬୯ ମୃତ

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୧୯୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧୦୯ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୮୦୮ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬୩ ହଜାର ୮୫୧ରେ ପହଞ୍ଚିଛି। ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୯ ଲକ୍ଷ ୩୯ ହଜାର ୧୬୦ ଜଣ ଓ ଏବେ ବି ସକ୍ରିୟ ଅଛନ୍ତି ୧୯୨୬୧ ଜଣ।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୯୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୮୪୪, ବରଗଡ଼ରରୁ ୧୯, ଭଦ୍ରକରୁ ୫୫, ବଲାଙ୍ଗୀରରୁ ୧୦, ବୌଦ୍ଧରୁ ୭, କଟକରୁ ୨୫୬, ଦେଓଗଡ଼ରୁ ଜଣେ, ଢେଙ୍କାନାଳରୁ ୩୭ ଜଣ, ଗଜପତିିରୁ ୧୬ ଜଣ, ଗଞ୍ଜାମରୁ ୭ ଜଣ, ଜଗତ୍‌ସିଂହପୁରରୁ ୯୨ ଜଣ, ଯାଜପୁରରୁ ୮୩ ଜଣ, ଝାରସୁଗୁଡ଼ାରୁ ୯ ଜଣ, କଳାହାଣ୍ଡିରୁ ୬ ଜଣ, କନ୍ଧମାଳରୁ ୨ ଜଣ, କେନ୍ଦ୍ରାପଡ଼ାରୁ ୭୩ ଜଣ, କେନ୍ଦୁଝରରୁ ୩୩ ଜଣ, ଖୋର୍ଦ୍ଧାରୁ ୫୧୮ ଜଣ, କୋରାପୁଟରୁ ୧୦ ଜଣ, ମାଲକାନଗିରିରୁ ୧୨ ଜଣ, ମୟୂରଭଞ୍ଜରୁ ୬୯ ଜଣ, ନବରଙ୍ଗପୁରରୁ ୧୦ ଜଣ, ନୟାଗଡ଼ରୁ ୭୬ ଜଣ, ନୂଆପଡ଼ାରୁ ୫ ଜଣ, ପୁରୀରୁ ୧୧୮ ଜଣ, ରାୟଗଡ଼ାରୁ ୧୧ ଜଣ, ସମ୍ବଲପୁରରୁ ୧୫ ଜଣ, ସୋନପୁରରୁ ୬ ଜଣ, ସୁନ୍ଦରଗଡ଼ରୁ ୫୦ ଜଣ ଓ ‌ଷ୍ଟେଟପୁଲରୁ ୧୦୯ ଜଣ ଚିହ୍ନଟ ହୋଇଛନ୍ତି।

ସେହିପରି ରାଜ୍ୟରେ କରୋନାରେ ଆଉ ୬୯ ଜଣଙ୍କର ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର