ରାଜ୍ୟରେ କରୋନା ବିସ୍ଫୋରଣ: ଗତ ୨୪ଘଣ୍ଟାରେ ୮୭୭୮ ଜଣ କରୋନା ପଜିଟିଭ୍ ଚିହ୍ନଟ

୭୯୨ ଜଣ ଶିଶୁ ଓ କିଶୋର ସଂକ୍ରମିତ

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୭୭୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୭୪,୬୧୧ ନମୁନା ପରୀକ୍ଷା କରାଯାଇଥିବା ବେଳେ ୮୭୭୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫୦୯୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୩୬୮୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୭୯୨ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୬୧୫ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୧୦୭ ଜଣ, ବାଲେଶ୍ବର ଜିଲ୍ଲାରୁ ୨୩୧ଜଣ, ବରଗଡ଼ରୁ ୧୩୬ ଜଣ, ଭଦ୍ରକରୁ ୧୦୩ ଜଣ, ବଲାଙ୍ଗୀରରୁ ୨୧୬ ଜଣ, ବୌଦ୍ଧରୁ ୧୨ଜଣ, କଟକରୁ ୭୬୬ଜଣ, ଦେବଗଡ଼ରୁ ୨୫ ଜଣ, ଢେଙ୍କାନାଳରୁ ୭୮ଜଣ, ଗଞ୍ଜାମରୁ ୧୦୬ଜଣ, ଗଜପତିରୁ ୭୨ଜଣ, ଜଗତସିଂହପୁରରୁ ୧୧୪ଜଣ, ଯାଜପୁରରୁ ୧୯୧ ଜଣ, ଝାରସୁଗୁଡ଼ାରୁ ୨୦୩ଜଣ, କଳାହାଣ୍ଡିରୁ ୮୬ ଜଣ, କନ୍ଧମାଳରୁ ୨୦ଜଣ, କେନ୍ଦ୍ରାପଡ଼ାରୁ ୪୬ଜଣ, କେନ୍ଦୁଝରରୁ ୯୫ଜଣ, ଖୋର୍ଦ୍ଧାରୁ ୨୬୧୫ ଜଣ, କୋରାପୁଟରୁ ୧୬୧ ଜଣ, ମାଲକାନଗିରିରୁ ୧୨ ଜଣ, ମୟୂରଭଞ୍ଜରୁ ୩୩୮ ଜଣ, ନବରଙ୍ଗପୁରରୁ ୧୧୨ ଜଣ, ନୟାଗଡ଼ରୁ ୭୫ ଜଣ, ନୂଆପଡ଼ାରୁ ୬୭ ଜଣ, ପୁରୀରୁ ୨୧୬ ଜଣ, ରାୟଗଡ଼ାରୁ ୬୫ ଜଣ, ସମ୍ୱଲପୁରରୁ ୫୯୬୬ ଜଣ, ସୋନପୁରରୁ ୮୭ଜଣ, ସୁନ୍ଦରଗଡ଼ରୁ ୧୨୫୨ ଜଣ ଓ ଷ୍ଟେଟ ପୁଲରୁ ୫୭୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୦ ଲକ୍ଷ ୯୧ ହଜାର ୫୪୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୧୦ ଲକ୍ଷ ୪୭ ହଜାର ୭୮୩ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୩୫ହଜାର ୨୪୨ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି। କେବଳ ଜାନୁଆରି ମାସର ୧୨ଦିନରେ ଚିହ୍ନଟ ହେଲେଣି ୩୬୭୧୪ ସଂକ୍ରମିତ । ଗତକାଲି ତୁଳନାରେ ୧୭୦୭ ମାମଲା ବୃଦ୍ଧି ହୋଇଛି।

ସମ୍ବନ୍ଧିତ ଖବର