ରାଜ୍ୟରେ ଚାରି ହଜାର ଟପିଲା ଦୈନିକ ସଂକ୍ରମଣ: ଗତ ୨୪ ଘଣ୍ଟାରେ ୪୪୪୫ଜଣ କରୋନା ପଜିଟିଭ୍ ଚିହ୍ନଟ
ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୭୨୨ ସଂକ୍ରମିତ
ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ। ଆଜି ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ଚାରି ହଜାର ଅତିକ୍ରମ କରିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୪୪୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ସଙ୍ଗରୋଧରୁ ୨୫୭୪ ଓ ସ୍ଥାନୀୟ ଅଞ୍ଚଳରୁ ୧୮୭୧ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ରହିଛି। ଆଜି ୧୩ଟି ଜିଲ୍ଲାରେ ୧୦୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
6. Boudh: 21
7. Cuttack: 251
8. Deogarh: 35
9. Dhenkanal: 20
10. Gajapati: 10
11. Ganjam: 62
12. Jagatsinghpur: 33
13. Jajpur: 58
14. Jharsuguda: 231
15. Kalahandi: 273
16. Kandhamal: 29
17. Kendrapada: 35
18. Keonjhar: 75
19. Khurda: 587
20. Koraput: 21
21. Malkangiri: 9— I & PR Department, Odisha (@IPR_Odisha) April 19, 2021
ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୭୨୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୮୭, ବାଲେଶ୍ବରରୁ ୧୨୩, ବରଗଡ଼ରୁ ୧୭୮, ଭଦ୍ରକରୁ ୪୩, ବଲାଙ୍ଗୀରରୁ ୧୬୮, ବୌଦ୍ଧରୁ ୨୧, କଟକରୁ ୨୫୧, ଦେବଗଡ଼ରୁ ୩୫, ଢେଙ୍କାନାଳରୁ ୨୦, ଗଜପତିରୁ ୧୦, ଗଞ୍ଜାମରୁ ୬୨, ଜଗତ୍ସିଂହପୁରରୁ ୩୩, ଯାଜପୁରରୁ ୫୮, ଝାରସୁଗୁଡ଼ାରୁ ୨୩୧, କଳାହାଣ୍ଡିରୁ ୨୭୩, କନ୍ଧମାଳରୁ ୨୯, କେନ୍ଦ୍ରାପଡ଼ାରୁ ୩୫, କେନ୍ଦୁଝରରୁ ୭୫, ଖୋର୍ଦ୍ଧାରୁ ୫୮୭, କୋରାପୁଟ୍ରୁ ୨୧, ମାଲକାନଗିରିରୁ ୯, ମୟୂରଭଞ୍ଜରରୁ ୧୦୦, ନବରଙ୍ଗପୁରରୁ ୧୨୭, ନୟାଗଡ଼ରୁ ୫୦, ନୂଆପଡ଼ାରୁ ୪୩୭, ପୁରୀରୁ ୨୧୯, ରାୟଗଡ଼ାରୁ ୫୩, ସମ୍ବଲପୁରରୁ ୨୪୧, ସୋନପୁରରୁ ୨୨ ଓ ଷ୍ଟେଟ୍ ପୁଲରୁ ୧୨୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୭୨ହଜାର ୭୦୩ରେ ପହଞ୍ଚିଛି। ସେଥିମଧ୍ୟରୁ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୪୬ହଜାର ୧୩୪ ସକ୍ରିୟ ଅଛନ୍ତି। ଏବେ ୨୪ ହଜାର ୫୬୮ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।