ରାଜ୍ୟରେ ୨୪ଘଣ୍ଟା ଭିତରେ ୬ହଜାର ୯ଶହ ୯୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୧୯ ସଂକ୍ରମିତ

ଭୁବନେଶ୍ବର: ରାଜ୍ୟରେ ୨୪ଘଣ୍ଟା ଭିତରେ ୬ହଜାର ୯ଶହ ୯୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୪ହଜାର ୫୪ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨ହଜାର ୯ଶହ ୪୪ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୧୯ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଅପରପକ୍ଷରେ ଅନୁଗୁଳରୁ ୩୨୫, କଟକରୁ ୫୧୭, ସୁନ୍ଦରଗଡ଼ରୁ ୪୭୪, ନୂଆପଡ଼ାରୁ ୪୨୦, ଝାରସୁଗୁଡ଼ାରୁ ୩୯୬, କଳାହାଣ୍ଡିରୁ ୨୯୨, ଢ଼େଙ୍କାନାଳରୁ ୨୨,  ମୟୁରଭଂଜରୁ ୩୦୮, ନବରଙ୍ଗପୁରରୁ ୨୫୫, ସମ୍ବଲପୁରରୁ ୩୨୩, କୋରାପୁଟରୁ ୫୭, ଭଦ୍ରକରୁ ୯୧,  ବରଗଡ଼ରୁ ୩୩୦ ବଲାଙ୍ଗୀରରୁ ୨୩୬, ଯାଜପୁରରୁ ୨୨୬, ପୁରୀରୁ ୨୮୮ , ରାୟଗଡ଼ାରୁ ୧୮୧, କେନ୍ଦୁଝରରୁ ୧୬୦, ସୁବର୍ଣ୍ଣପୁରରୁ ୧୩୧, ଗଞ୍ଜାମରୁ ୧୨୮, ଗଜପତି ଓ ନୟାଗଡ଼ରୁ ୧୨୧ ଲେଖାଏଁ, ବାଲେଶ୍ୱରରୁ ୯୭, ଜଗତସିଂହପୁରରୁ ୧୦୪, ମାଲକାନଗିରିରୁ ୭୦, କେନ୍ଦ୍ରାପଡ଼ାରୁ ୭୭, ଦେବଗଡ଼ରୁ ୭୪, କନ୍ଧମାଳରୁ ୪୫, ବୌଦ୍ଧରୁ ୬୫ ଓ ଷ୍ଟେଟ୍ ପୁଲରୁ  ୧୮୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ୩୫ହଜାର ୫ଶହ ୧୩କୁ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରୁ ୩ଲକ୍ଷ ୭୫ହଜାର ୭ଶହ ୨୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ରାଜ୍ୟରେ ୫୭ହଜାର ୭ଶହ ୧୦ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି । ସେହିପରି କରୋନା କାରଣରୁ ୨୪ଘଣ୍ଟା ଭିତରେ ୧୨ଜଣଙ୍କର ମୃତ୍ୟୁ ହୋଇଛି । ୨୪ଘଣ୍ଟା ଭିତରେ ୪୪ହଜାର ୬୪ଟି ନମୁନା ପରୀକ୍ଷା କରାଯାଇଛି।

ସମ୍ବନ୍ଧିତ ଖବର