ରାଜ୍ୟରେ ସର୍ବକାଳୀନ ଦୈନିକ ସଂକ୍ରମଣରେ ରେକର୍ଡ : ଗତ ୨୪ ଘଣ୍ଟା ମଧ୍ୟରେ ୧୨,୨୩୮ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୨ ହଜାର ୨୩୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ସର୍ବକାଳୀନ ରେକର୍ଡ । ଏମାନଙ୍କ ଭିତରୁ ୬୯୧୪ଜଣ ସଙ୍ଗରୋଧରୁ ଓ ୫୩୨୪ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ୨୪ ଜିଲ୍ଲାରେ ୩ ଅଙ୍କ ଉପରେ ରହିଛି ସଂକ୍ରମଣ। ସୁନ୍ଦରଗଡ଼ରେ ସର୍ବାଧିକ ୨ ହଜାର ୭୩ କରୋନା  ପଜିଟିଭ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ଖୋର୍ଦ୍ଧାରେ ୧୮ ଶହ ୨୮ ଓ କଟକରେ ୯୧୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଠିକ୍ ସେହିପରି ଅନୁଗୁଳ ଜିଲ୍ଲାରେ ୪୮୦, ବାଲେଶ୍ୱରରେ ୪୩୭, ବରଗଡ଼ରେ ୪୭୫, ଭଦ୍ରକରେ ୩୮୧, ବଲାଙ୍ଗୀର ଜିଲ୍ଲାରେ ୨୬୦ ବୌଦ୍ଧରେ ୧୨୮, ଦେବଗଡ଼ରେ ୬୦, ଢେଙ୍କାନାଳରେ ୧୪୨, ଗଜପତିରେ ୯୧, ଜଗତସିଂହପୁରରେ ୧୬୮, କନ୍ଧମାଳରେ ୬୯, କେନ୍ଦ୍ରାପଡ଼ାରେ ୧୯୨, କେନ୍ଦୁଝରରେ ୧୭୯, କୋରାପୁଟରେ ୧୩୦, ମାଲକାନଗିରିରେ ୬୦, ମୟୂରଭଞ୍ଜରେ ୨୫୭, ନବରଙ୍ଗପୁରରେ ୨୮୨, ନୟାଗଡ଼ରେ ୧୯୪, ନୂଆପଡ଼ାରେ ୨୯୦, ରାୟଗଡ଼ାରେ ୨୦୧, ସୋନପୁରରେ ୧୫୯ ଜଣ , ଗଞ୍ଜାମରେ ୩୧୨, ଯାଜପୁରରେ ୩୧୮, ଝାରସୁଗୁଡ଼ାରେ ୩୦୬, ପୁରୀରେ ୩୬୯, କଳାହାଣ୍ଡିରେ ୫୮୦ ଓ ସମ୍ବଲପୁରରେ ୫୪୪ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାଛଡ଼ା ଷ୍ଟେଟ ପୁଲରୁ ୩୫୭ ଜଣ କରୋନା  ପଜିଟିଭ ଚିହ୍ନଟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୫୦ ହଜାର ୭୯୯ ନମୁନା ପରୀକ୍ଷା ହୋଇଛି । ସେହିଭଳି ଗତ ୨୪ ଘଣ୍ଟାରେ ୧୯ ଜଣ ପ୍ରାଣ ହରାଇଛନ୍ତି ।ରାଜ୍ୟରେ କରୋନା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୧୨ ହଜାର ୪୦୦ରେ ପହଞ୍ଚିଛି। ଏଥିମଧ୍ୟରୁ ୪,୨୩୨୫୭ଜଣ ସୁସ୍ଥ ହୋଇଥିବା ବେଳେ ଏବେ ବି ୮୬୯୫୦ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

ସମ୍ବନ୍ଧିତ ଖବର