ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବଢିଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୧୧,୮୦୭ଜଣ କରୋନା ପଜିଟିଭ୍ ଚିହ୍ନଟ  ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧରୁ ୬ ହଜାର ୬୧୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ୫ ହଜାର ୧୯୪।

Advertisment


ଗତ ୨୪ ଘଣ୍ଟା ଭିତରେ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୯ଶହ ୨୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୫ଶହ ୧୦, କଟକରୁ ହଜାରେ ୫୨ କରୋନା ପଜିଟିଭ୍ ଚିହ୍ନଟ  ହୋଇଛନ୍ତି।

ଗତ ୨୪ ଘଣ୍ଟା ଭିତରେ ଅନୁଗୁଳ ଜିଲ୍ଲାରୁ ୫୬୦, ବାଲେଶ୍ୱରରୁ ୨୬୦, ବରଗଡ଼ରୁ ୪୨୮,  ଭଦ୍ରକରୁ ୮୩, ବୌଦ୍ଧରୁ ୧୭୮, ଦେବଗଡ଼ରୁ ୧୧୫, ଢେଙ୍କାନାଳରୁ ୧୭୭, ଗଜପତିରୁ ୧୦୫, ଜଗତସିଂହପୁରରୁ ୧୩୪, ଯାଜପୁରରୁ ୩୦୩, କନ୍ଧମାଳରୁ ୯୨, କେନ୍ଦ୍ରାପଡ଼ାରୁ ୧୪୫, କେନ୍ଦୁଝରରୁ ୨୩୧, କୋରାପୁଟରୁ ୧୨୨, ମାଲକାନଗିରିରୁ ୭୦, ମୟୂରଭଞ୍ଜରୁ ୧୭୫, ନୟାଗଡ଼ରୁ ୨୦୪, ନୂଆପଡ଼ାରୁ ୨୮୬,  ସମ୍ୱଲପୁରରୁ ୫୩୩, ପୁରୀରୁ ୪୫୪, ବଲାଙ୍ଗୀରରୁ ୪୩୭, ଝାରସୁଗୁଡ଼ାରୁ ୪୨୧, ନବରଙ୍ଗପୁରରୁ ୪୧୯, କଳାହାଣ୍ଡିରୁ ୪୦୨, ଗଞ୍ଜାମରୁ ୩୦୨, ରାୟଗଡ଼ାରୁ ୧୩୮ ଓ ସୋନପୁରରୁ ୨୧୦ ଜଣ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ଷ୍ଟେଟ ପୁଲରୁ ୩୦୧ ଜଣ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୨୪ ହଜାର ୨୦୭ । ସୁସ୍ଥ ହୋଇଛନ୍ତି ୪ଲକ୍ଷ ୩୧ ହଜାର ୬୫୮ଜଣ । ଏବେବି  ୯୦ ହଜାର ୩୩୫ଜଣ ସକ୍ରିୟ ସଂକ୍ରମିତ  ଅଛନ୍ତି। ଅନ୍ୟପକ୍ଷରେ ରାଜ୍ୟରେ ପୁଣି ୨୧ ଜଣ କରୋନା ସଂକ୍ରମିତ  ପ୍ରାଣ ହରାଇଛନ୍ତି।