ଭୁବନେଶ୍ବର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦,୬୩୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିଭିତରୁ ୬୦୧୨ ଜଣ ସଙ୍ଗରୋଧରୁ ଓ ୪୬୨୩ଜଣ ସ୍ଥାନୀୟ ଆକ୍ରାନ୍ତ ଅଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧,୫୬୪ ଜଣ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ସୁନ୍ଦରଗଡ଼ ଜିଲ୍ଲାରୁ ୯୩୪ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୮୮୭ଜଣ ଚିହ୍ନଟ ହୋଇଛନ୍ତି। ଠିକ୍ ସେହିପରି ଅନୁଗୁଳରୁ ୫୫୯, ବାଲେଶ୍ୱରରୁ ୩୦୧, ବରଗଡ଼ରୁ ୪୪୩, ବଲାଙ୍ଗୀରରୁ ୩୧୮ , ଭଦ୍ରକରୁ ୧୦୦, ଢେଙ୍କାନାଳରୁ ୧୪୬, କଳାହାଣ୍ଡିରୁ ୪୬୯, ଝାରସୁଗୁଡ଼ାରୁ ୪୫୬, ନବରଙ୍ଗପୁରରୁ ୩୩୬, ପୁରୀରୁ ୪୩୪, ନୂଆପଡ଼ାରୁ ୩୨୪, ଯାଜପୁରରୁ ୨୯୦, ଗଞ୍ଜାମରୁ ୨୬୬, ନୟାଗଡ଼ରୁ ୨୫୩, କେନ୍ଦୁଝରରୁ ୧୯୩, ରାୟଗଡ଼ାରୁ ୧୫୮, ମୟୂରଭଞ୍ଜ ଓ ବୌଦ୍ଧରୁ ୧୭୯ ଲେଖାଏଁ, ଜଗତସିଂହପୁରରୁ ୧୪୦, ଦେବଗଡ଼ରୁ ୧୩୭, କୋରାପୁଟରୁ ୧୨୭, କେନ୍ଦ୍ରାପଡ଼ାରୁ ୧୧୭, ଗଜପତିରୁ ୧୦୧, ମାଲକାନଗିରିରୁ ୭୯ ଓ କନ୍ଧମାଳ ଜିଲ୍ଲାରୁ ୭୩, ସମ୍ବଲପୁରରୁ ୬୪୧ଓ ସୁବର୍ଣ୍ଣପୁରରୁ ୧୪୯, ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍ ପୁଲ୍‌ରୁ ୨୭୩ ଜଣ ଚିହ୍ନଟ ହୋଇଛନ୍ତି।
ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୫ ଲକ୍ଷ ୩୪ ହଜାର ୮୪୨ ହୋଇଛି। ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ୧୯ ଜଣଙ୍କ ରାଜ୍ୟରେ କରୋନାରେ ଜନିତ ମୃତ୍ୟୁ ଘଟିଛି।