ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୨,୩୯୦ କରୋନା ପଜିଟିଭ୍ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୦୧

ଭୁବନେଶ୍ୱର: ପୁଣି ଥରେ ରାଜ୍ୟରେ କରୋନା ସଂକ୍ରମଣ ୧୨ ହଜାର ଅତିକ୍ରମ କରିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ସର୍ବାଧିକ ୧୨,୩୯୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ସଙ୍ଗରୋଧରୁ ୬୯୩୮ ଚିହ୍ନଟ ହୋଇଥିବା ବେଳେ ୫୪୫୨ଜଣ ହେଉଛନ୍ତି ସ୍ଥାନୀୟ ଆକ୍ରାନ୍ତ ବୋଲି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

ଗତ ୨୪ ଘଣ୍ଟାରେ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୦୧ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କଟକରୁ ଦ୍ବିତୀୟ ସର୍ବାଧିକ ୭୧୯ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି। ଅପରପକ୍ଷରେ ଅନୁଗୁଳରୁ ୫୩୨, ବରଗଡ଼ରୁ ୫୦୭, ଭଦ୍ରକରୁ ୪୧୨, ବାଲେଶ୍ୱରରୁ ୩୪୦,  ବଲାଙ୍ଗୀରରୁ ୪୬୧, ମୟୂରଭଞ୍ଜରୁ ୪୮୦, ପୁରୀରୁ ୪୬୯, ଯାଜପୁରରୁ ୪୩୬, ଝାରସୁଗୁଡ଼ାରୁ ୪୧୩ , ବୌଦ୍ଧରୁ ୨୨୮, ଦେବଗଡ଼ରୁ ୧୦୮, ଢେଙ୍କାନାଳରୁ ୧୭୪, ଗଜପତିରୁ ୧୧୫, ଗଞ୍ଜାମରୁ ୩୮୭, କୋରାପୁଟରୁ ୨୪୬, ଜଗତସିଂହପୁରରୁ ୨୫୯, ଯାଜପୁରରୁ ୪୩୬, କଳାହାଣ୍ଡିରୁ ୨୧୦, କନ୍ଧମାଳରୁ ୧୦୨, କେନ୍ଦ୍ରାପଡ଼ାରୁ ୧୩୭, କେନ୍ଦୁଝରରୁ ୨୦୬,  ମାଲକାନଗିରିରୁ ୧୦୩, ନବରଙ୍ଗପୁରରୁ ୩୬୨, ନୟାଗଡ଼ରୁ ୩୦୧, ନୂଆପଡ଼ାରୁ ୨୦୪, ସମ୍ବଲପୁରରୁ ୬୭୭,  ସୋନପୁରରୁ ୧୭୮, ସୁନ୍ଦରଗଡ଼ରୁ ୮୮୨ଜଣ ଓ ଷ୍ଟେଟ୍ ପୁଲରୁ ୩୫୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫,୮୮,୬୮୭ରେ ପହଞ୍ଚିଥିବା ବେଳେ ୪,୮୨,୩୪୫ ଜଣ ସୁସ୍ଥ ହୋଇ ସାରିଲେଣି। ରାଜ୍ୟରେ ଏବେ ୧୦୪୦୧୬ଜଣ ସକ୍ରିୟ ସଂକ୍ରମିତ ଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର