ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୦୫୯ ଜଣ କରୋନା ପଜିଟିଭ ଚିହ୍ନଟ: କଟକ ଜିଲ୍ଲାରୁ ସର୍ବାଧିକ ୧୧୩୩

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୦୫୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୬୧୯୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୪୮୬୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି କଟକ ଜିଲ୍ଲାରୁ ସର୍ବାଧିକ ୧୧୩୩ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୮୫୯ ଜଣ, ବାଲେଶ୍ୱରରୁ ୪୦୦ ଜଣ, ବରଗଡ଼ରୁ ୩୬୭ ଜଣ, ଭଦ୍ରକରୁ ୩୭୭ଜଣ, ବଲାଙ୍ଗୀରରୁ ୧୬୬ ଜଣ, ବୌଦ୍ଧରୁ ୨୬୧ଜଣ, କଟକରୁ ୧୧୩୩ ଜଣ, ଦେବଗଡରୁ ୧୦୩ ଜଣ, ଢେଙ୍କାନାଳରୁ ୩୫୧ ଜଣ, ଗଜପତିରୁ ୬୭ ଜଣ, ଗଞ୍ଜାମରୁ ୧୫୫ ଜଣ, ଜଗତସିଂହପୁରରୁ ୩୩୦ ଜଣ, ଯାଜପୁରରୁ ୫୬୪ ଜଣ, ଝାରସୁଗୁଡାରୁ ୨୨୮ ଜଣ, କଳାହାଣ୍ଡିରୁ ୪୦୭ ଜଣ, କନ୍ଧମାଳରୁ ୧୦୩ ଜଣ, କେନ୍ଦ୍ରାପଡାରୁ ୩୦୯ଜଣ, କେଉଁଝରରୁ ୨୦୦ ଜଣ, ଖୋର୍ଦ୍ଧାରୁ ୧୦୧୦ ଜଣ, କୋରାପୁଟରୁ ୧୭୫ ଜଣ, ମାଲକାନଗିରିରୁ ୯୮ଜଣ, ମୟୁରଭଞ୍ଜରୁ ୬୬୨ ଜଣ, ନବରଙ୍ଗପୁରରୁ ୩୨୨ ଜଣ, ନୟାଗଡ଼ରୁ ୨୪୬ ଜଣ, ନୂଆପଡ଼ାରୁ ୪୪ ଜଣ, ପୁରୀରୁ ୪୩୦ ଜଣ, ରାୟଗଡାରୁ ୧୭୭ ଜଣ, ସମ୍ୱଲପୁରରୁ ୩୭୯ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।
ସେହିପରି ସୋନପୁରରୁ ୨୦୪ ଜଣ, ସୁନ୍ଦରଗଡାରୁ ୭୨୯ ଜଣ, ଷ୍ଟେଟ ପୁଲରୁ ୨୦୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି | ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୭୦୩୪୪୧୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି | ସେହିପରି ୫୮୯୬୧୦ ଜଣ ସୁସ୍ଥ ହୋଇଛନ୍ତି | ଏବେ ବି ୧, ୧୧, ୨୬୨ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

ସମ୍ବନ୍ଧିତ ଖବର