ରାଜ୍ୟରୁ ୩୦୩ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୪ସଂକ୍ରମିତଙ୍କର ପ୍ରାଣହାନି

ଭୁବନେଶ୍ବର: ଆଜି ରାଜ୍ୟରୁ ୩୦୩ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ୧୭୨ଜଣ ସଙ୍ଗରୋଧରୁ ଓ ୧୩୧ଜଣ ସ୍ଥାନୀୟ ଅଞ୍ଚଳର ରହିଥିବା ଜଣାପଡ଼ିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ରାଜ୍ୟରେ ଏଯାବତ ୩,୨୮,୫୦୪ଜଣ କରୋନା ସଂକ୍ରମିତ ମାମଲା ସାମ୍ନାକୁ ଆସିଥିବାବେଳେ ଏଥିରୁ ୩,୨୩,୭୪୯ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ବି ୨୮୪୧ଟି ସକ୍ରିୟ ମାମଲା ରହିଛି।

ଆଜି ଅନୁଗୁଳରୁ ୧୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବର ଜିଲ୍ଲାରୁ ୧୬ଜଣ, ବରଗଡ଼ ଜିଲ୍ଲାରୁ ୯ଜଣ, ଭଦ୍ରକ ଜିଲ୍ଲାରୁ ୪ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୮ଜଣ, ବୌଦ୍ଧରୁ ଜଣେ, କଟକରୁ ୧୬ଜଣ, ଦେବଗଡ଼, ଓ ଢ଼େଙ୍କାନାଳରୁ ୨ ଜଣ ଲେଖାଏଁ, ଗଜପତିରୁ ଜଣେ, ଗଞ୍ଜାମରୁ ୪ଜଣ, ଜଗତସିଂହପୁରରୁ ୫ ଜଣ, ଯାଜପୁରରୁ ୧୬ଜଣ, ଝାରସୁଗୁଡ଼ାରୁ ୫ଜଣ, କେନ୍ଦ୍ରାପଡ଼ାରୁ ୩୧ଜଣ, କେନ୍ଦୁଝରରୁ ୨୩ଜଣ, ଖୋର୍ଧାରୁ ୩୧ଜଣ, କୋରାପୁଟରୁ ଜଣେ, ମୟୁରଭଞ୍ଜରୁ ୧୭ଜଣ, ନବରଙ୍ଗପୁରରୁ ୬ଜଣ, ନୟାଗଡ଼ରୁ ୬ଜଣ, ନୂଆପଡ଼ାରୁ ୧୧ଜଣ, ପୁରୀରୁ ଜଣେ, ଓ ସମ୍ବଲପୁରରୁ ୨୨ ଜଣ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଛନ୍ତି। ସେହିପରି ସୋନପୁରରୁ ଜଣେ , ସୁନ୍ଦରଗଡ଼ରୁ ୩୦ଜଣ ଓ ଷ୍ଟେଟପୁଲରୁ ୮ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏଣେ ୪ସଂକ୍ରମିତଙ୍କର ପ୍ରାଣହାନି ଘଟିଛି।

ସମ୍ବନ୍ଧିତ ଖବର