ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬,୭୩୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩୭୭୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୨୯୬୨ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୭୮୮ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

Advertisment

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୭୮୮ ଜଣ, ବାଲେଶ୍ୱରରୁ ୭୧ ଜଣ, ବରଗଡ଼ରୁ ୪୦୫ ଜଣ, ଭଦ୍ରକରୁ ୨୦୬ଜଣ, ବଲାଙ୍ଗୀରରୁ ୧୪୪ ଜଣ, ବୌଦ୍ଧରୁ ୨୬୨ଜଣ, କଟକରୁ ୩୬୨ଜଣ, ଦେବଗଡରୁ ୬୪ ଜଣ, ଢେଙ୍କାନାଳରୁ ୧୭୮ଜଣ, ଗଜପତିରୁ ୮୦ ଜଣ, ଗଞ୍ଜାମରୁ ୧୯୬ ଜଣ, ଜଗତସିଂହପୁରରୁ ୧୦୬ ଜଣ, ଯାଜପୁରରୁ ୩୭୪ ଜଣ, ଝାରସୁଗୁଡାରୁ ୧୨୦ ଜଣ, କଳାହାଣ୍ଡିରୁ୨୪୧ ଜଣ, କନ୍ଧମାଳରୁ ୮୫ ଜଣ, କେନ୍ଦ୍ରାପଡ଼ାରୁ ୨୪ଜଣ, କେଉଁଝରରୁ ୨୪ଜଣ, ଖୋର୍ଦ୍ଧାରୁ ୫୧୭ ଜଣ, କୋରାପୁଟରୁ ୨୧୯ ଜଣ, ମାଲକାନଗିରିରୁ ୯୮ଜଣ, ମୟୁରଭଞ୍ଜରୁ ୩୪ ଜଣ, ନବରଙ୍ଗପୁରରୁ ୨୮୨ ଜଣ, ନୟାଗଡ଼ରୁ ୨୦୭ଜଣ, ନୂଆପଡ଼ାରୁ ୪୮ ଜଣ, ପୁରୀରୁ ୨୬୫ ଜଣ, ରାୟଗଡ଼ାରୁ ୧୨୩ ଜଣ, ସମ୍ୱଲପୁରରୁ ୩୦୯ଜଣ, ସୋନପୁରରୁ ୮୨, ସୁନ୍ଦରଗଡ଼ରୁ ୭୨୦ ଓ ଷ୍ଟେଟ ପୁଲରୁ ୧୦୨କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୭,୩୨,୭୩୯ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୬,୨୩,୬୨୮ ଜଣ ସୁସ୍ଥ ହୋଇଛନ୍ତି | ଏବେ ବି ୧, ୦୬, ୪୪୦ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।