ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭,୨୧୬ ଜଣ କରୋନା ପଜିଟିଭ ଚିହ୍ନଟ, କଟକ ଜିଲ୍ଲାରୁ ସର୍ବାଧିକ ୧୦୯୧

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭,୨୧୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪୦୪୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୩୧୭୫ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି କଟକ ଜିଲ୍ଲାରୁ ସର୍ବାଧିକ ୧୦୯୧ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୪୦୯ଜଣ, ବାଲେଶ୍ୱରରୁ ୨୧୫ ଜଣ, ବରଗଡ଼ରୁ ୩୩୧ ଜଣ, ଭଦ୍ରକରୁ ୨୪୬ଜଣ, ବଲାଙ୍ଗୀରରୁ ୧୩୦ ଜଣ, ବୌଦ୍ଧରୁ ୧୪୮ଜଣ, କଟକରୁ ୧୦୯୧ଜଣ, ଦେବଗଡ଼ରୁ ୬୮ ଜଣ, ଢେଙ୍କାନାଳରୁ ୪୨୮ଜଣ, ଗଜପତିରୁ ୩୮ ଜଣ, ଗଞ୍ଜାମରୁ ୧୫୦ ଜଣ, ଜଗତସିଂହପୁରରୁ ୧୮୩ ଜଣ, ଯାଜପୁରରୁ ୨୪୧ ଜଣ, ଝାରସୁଗୁଡ଼ାରୁ ୬୪ ଜଣ, କଳାହାଣ୍ଡିରୁ ୧୫୦ ଜଣ, କନ୍ଧମାଳରୁ ୧୦୧ ଜଣ, କେନ୍ଦ୍ରାପଡ଼ାରୁ ୪୮୭ଜଣ, କେଉଁଝରରୁ ୭୨ଜଣ, ଖୋର୍ଦ୍ଧାରୁ ୮୦୯ ଜଣ, କୋରାପୁଟରୁ ୨୨୦ ଜଣ, ମାଲକାନଗିରିରୁ ୧୩୫ଜଣ, ମୟୁରଭଞ୍ଜରୁ ୨୭ଜଣ, ନବରଙ୍ଗପୁରରୁ ୨୪୨ ଜଣ, ନୟାଗଡ଼ରୁ ୧୬୪ଜଣ, ନୂଆପଡ଼ାରୁ ୬୬ ଜଣ, ପୁରୀରୁ ୧୧୦ ଜଣ, ରାୟଗଡ଼ାରୁ ୨୪୬ ଜଣ, ସମ୍ୱଲପୁରରୁ ୨୪୧ଜଣ, ସୋନପୁରରୁ ୭୪, ସୁନ୍ଦରଗଡ଼ରୁ ୧୮୪ ଓ ଷ୍ଟେଟ ପୁଲରୁ ୧୮୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୭,୩୯,୯୫୫ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୬,୩୫,୧୭୯ ଜଣ ସୁସ୍ଥ ହୋଇଛନ୍ତି। |ଏବେ ବି ୧, ୦୨, ୦୭୨ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

ସମ୍ବନ୍ଧିତ ଖବର