ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୯,୫୪୧ ଜଣ କରୋନା ପଜିଟିଭ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୪୨

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୯,୫୪୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୫୩୪୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୪୧୯୮ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୪୨ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୫୬୨ଜଣ, ବାଲେଶ୍ୱରରୁ ୩୦୨ଜଣ, ବରଗଡ଼ରୁ ୨୫୭ ଜଣ, ଭଦ୍ରକରୁ ୪୬୪ଜଣ, ବଲାଙ୍ଗୀରରୁ ୧୦୧ ଜଣ, ବୌଦ୍ଧରୁ ୧୭୭ଜଣ, କଟକରୁ ୭୧୬ଜଣ, ଦେବଗଡରୁ ୬୧ ଜଣ, ଢେଙ୍କାନାଳରୁ ୧୧୭ଜଣ, ଗଜପତିରୁ ୬୯ ଜଣ, ଗଞ୍ଜାମରୁ ୧୫୦ ଜଣ, ଜଗତସିଂହପୁରରୁ ୨୯୯ ଜଣ, ଯାଜପୁରରୁ ୪୮୯ ଜଣ, ଝାରସୁଗୁଡାରୁ ୧୪୦ ଜଣ, କଳାହାଣ୍ଡିରୁ ୩୧୫ ଜଣ, କନ୍ଧମାଳରୁ ୧୦୭ ଜଣ, କେନ୍ଦ୍ରାପଡ଼ାରୁ ୧୧୪ଜଣ, କେଉଁଝରରୁ ୧୭୭ଜଣ, ଖୋର୍ଦ୍ଧାରୁ ୧୩୪୨ ଜଣ, କୋରାପୁଟରୁ ୨୧୫ ଜଣ, ମାଲକାନଗିରିରୁ ୧୨୩ଜଣ, ମୟୁରଭଞ୍ଜରୁ ୬୯୫ ଜଣ, ନବରଙ୍ଗପୁରରୁ ୨୫୪ ଜଣ, ନୟାଗଡ଼ରୁ ୨୩୦ଜଣ, ନୂଆପଡ଼ାରୁ ୫୦ ଜଣ, ପୁରୀରୁ ୫୨୮ ଜଣ, ରାୟଗଡ଼ାରୁ ୧୬୪ ଜଣ, ସମ୍ୱଲପୁରରୁ ୨୨୯ଜଣ, ସୋନପୁରରୁ ୨୪୫, ସୁନ୍ଦରଗଡ଼ରୁ ୫୯୫ ଓ ଷ୍ଟେଟ ପୁଲରୁ୨୨୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୭,୫୬,୬୮୪ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୬,୫୮,୬୪୬ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୯୫, ୨୬୬ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

 

ସମ୍ବନ୍ଧିତ ଖବର