ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮,୭୩୫ ଜଣ କରୋନା ପଜିଟିଭ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୨୨

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮,୭୩୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪୮୯୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୩୮୪୩ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୨୨ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୪୫୬ଜଣ, ବାଲେଶ୍ୱରରୁ ୫୬୬ଜଣ, ବରଗଡ଼ରୁ ୧୯୩ ଜଣ, ଭଦ୍ରକରୁ ୧୪୭ଜଣ, ବଲାଙ୍ଗୀରରୁ ୪୯ ଜଣ, ବୌଦ୍ଧରୁ ୧୩୭ଜଣ, କଟକରୁ ୬୭୩ଜଣ, ଦେବଗଡ଼ରୁ ୬୩ ଜଣ, ଢେଙ୍କାନାଳରୁ ୫୦୩ଜଣ, ଗଜପତିରୁ ୮୦ ଜଣ, ଗଞ୍ଜାମରୁ ୧୪୬ ଜଣ, ଜଗତସିଂହପୁରରୁ ୩୮୨ ଜଣ, ଯାଜପୁରରୁ ୫୦୭ ଜଣ, ଝାରସୁଗୁଡ଼ାରୁ ୧୫୭ ଜଣ, କଳାହାଣ୍ଡିରୁ ୧୭୭ ଜଣ, କନ୍ଧମାଳରୁ ୬୫ ଜଣ, କେନ୍ଦ୍ରାପଡ଼ାରୁ ୩୮୭ଜଣ, କେଉଁଝରରୁ ୧୭୯ଜଣ, ଖୋର୍ଦ୍ଧାରୁ ୧୨୨୨ ଜଣ, କୋରାପୁଟରୁ ୨୫୫ ଜଣ, ମାଲକାନଗିରିରୁ ୯୬ଜଣ, ମୟୁରଭଞ୍ଜରୁ ୩୪୨ ଜଣ, ନବରଙ୍ଗପୁରରୁ ୨୬୪ ଜଣ, ନୟାଗଡ଼ରୁ ୨୮୫ଜଣ, ନୂଆପଡ଼ାରୁ ୪୦ ଜଣ, ପୁରୀରୁ ୪୬୭ ଜଣ, ରାୟଗଡ଼ାରୁ ୯୦ ଜଣ, ସମ୍ୱଲପୁରରୁ ୧୭୭ଜଣ, ସୋନପୁରରୁ ୧୫୬, ସୁନ୍ଦରଗଡ଼ରୁ ୨୪୪ ଓ ଷ୍ଟେଟ ପୁଲରୁ ୨୨୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୭,୭୩, ୭୩୨ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୬,୮୦,୯୩୨ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୮୯, ୯୫୬ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

ସମ୍ବନ୍ଧିତ ଖବର