ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭,୭୨୯ ଜଣ କରୋନା ପଜିଟିଭ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୬୨

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭,୭୨୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪୩୩୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୩୩୯୮ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୬୨ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୪୪୯ଜଣ, ବାଲେଶ୍ୱରରୁ ୪୨୬ ଜଣ, ବରଗଡ଼ରୁ ୧୮୯ ଜଣ, ଭଦ୍ରକରୁ ୨୮୭ଜଣ, ବଲାଙ୍ଗୀରରୁ ୬୧ ଜଣ, ବୌଦ୍ଧରୁ ୧୨୮ଜଣ, କଟକରୁ ୭୨୦ଜଣ, ଦେବଗଡ଼ରୁ ୭୨ ଜଣ, ଢେଙ୍କାନାଳରୁ ୨୫୨ଜଣ, ଗଜପତିରୁ ୬୮ ଜଣ, ଗଞ୍ଜାମରୁ ୧୫୩ ଜଣ, ଜଗତସିଂହପୁରରୁ ୨୫୫ ଜଣ, ଯାଜପୁରରୁ ୩୮୮ ଜଣ, ଝାରସୁଗୁଡ଼ାରୁ ୭୧ ଜଣ, କଳାହାଣ୍ଡିରୁ ୧୬୭ ଜଣ, କନ୍ଧମାଳରୁ ୫୨ ଜଣ, କେନ୍ଦ୍ରାପଡ଼ାରୁ ୨୨୩ଜଣ, କେଉଁଝରରୁ ୧୬୬ଜଣ, ଖୋର୍ଦ୍ଧାରୁ ୧୦୬୨ ଜଣ, କୋରାପୁଟରୁ ୧୮୫ ଜଣ, ମାଲକାନଗିରିରୁ ୧୦୪ଜଣ, ମୟୁରଭଞ୍ଜରୁ ୪୪୪ ଜଣ, ନବରଙ୍ଗପୁରରୁ ୨୧୯ ଜଣ, ନୟାଗଡ଼ରୁ ୨୧୯ଜଣ, ନୂଆପଡ଼ାରୁ ୪୮ ଜଣ, ପୁରୀରୁ ୩୩୩ ଜଣ, ରାୟଗଡ଼ାରୁ ୩୧୦ ଜଣ, ସମ୍ୱଲପୁରରୁ ୧୬୧ଜଣ, ସୋନପୁରରୁ ୬୧, ସୁନ୍ଦରଗଡ଼ରୁ ୨୭୦ ଓ ଷ୍ଟେଟ ପୁଲରୁ ୧୮୮କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୭,୯୮, ୬୯୯ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୭,୧୩,୦୫୫ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୮୨, ୬୭୯ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

ସମ୍ବନ୍ଧିତ ଖବର