ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫,୮୯୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୩୩୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୨୫୬୪ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୫୩ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

Advertisment

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୩୮୫ଜଣ, ବାଲେଶ୍ୱରରୁ ୩୭୩ଜଣ, ବରଗଡ଼ରୁ ୯୯ ଜଣ, ଭଦ୍ରକରୁ ୩୭୦ଜଣ, ବଲାଙ୍ଗୀରରୁ ୭୭ ଜଣ, ବୌଦ୍ଧରୁ ୭୩ଜଣ, କଟକରୁ ୩୪୯ଜଣ, ଦେବଗଡ଼ରୁ ୨୨ ଜଣ, ଢେଙ୍କାନାଳରୁ ୩୦୬ଜଣ, ଗଜପତିରୁ ୪୪ ଜଣ, ଗଞ୍ଜାମରୁ ୩୫ ଜଣ, ଜଗତସିଂହପୁରରୁ ୨୩୨ ଜଣ, ଯାଜପୁରରୁ ୪୧୩ ଜଣ, ଝାରସୁଗୁଡ଼ାରୁ ୫୪ ଜଣ, କଳାହାଣ୍ଡିରୁ ୫୩ ଜଣ, କନ୍ଧମାଳରୁ ୬୫ ଜଣ, କେନ୍ଦ୍ରାପଡ଼ାରୁ ୨୩୫ଜଣ, କେଉଁଝରରୁ ୧୩୦ଜଣ, ଖୋର୍ଦ୍ଧାରୁ ୮୫୩ ଜଣ, କୋରାପୁଟରୁ ୧୨୯ ଜଣ, ମାଲକାନଗିରିରୁ ୧୧୬ଜଣ, ମୟୁରଭଞ୍ଜରୁ ୨୬୧ଜଣ, ନବରଙ୍ଗପୁରରୁ ୧୭୪ ଜଣ, ନୟାଗଡ଼ରୁ ୧୭୭ଜଣ, ନୂଆପଡ଼ାରୁ ୩୭ ଜଣ, ପୁରୀରୁ ୨୪୧ଜଣ, ରାୟଗଡ଼ାରୁ ୧୬୬ ଜଣ, ସମ୍ୱଲପୁରରୁ ୯୨ଜଣ, ସୋନପୁରରୁ ୭୭, ସୁନ୍ଦରଗଡ଼ରୁ ୧୧୩ ଓ ଷ୍ଟେଟ ପୁଲରୁ ୧୪୫କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୮,୨୫,୧୧୦ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୭,୪୭,୮୦୫ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୭୪, ୧୭୨ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।