ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪,୪୬୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୫୪୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୯୨୩ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୧୨ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

Advertisment

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୨୨୬ଜଣ, ବାଲେଶ୍ୱରରୁ ୩୧୮ଜଣ, ବରଗଡ଼ରୁ ୮୫ ଜଣ, ଭଦ୍ରକରୁ ୧୬୫ଜଣ, ବଲାଙ୍ଗୀରରୁ ୫୬ ଜଣ, ବୌଦ୍ଧରୁ ୯୦ଜଣ, କଟକରୁ ୪୧୩ଜଣ, ଦେବଗଡ଼ରୁ ୨୩ ଜଣ, ଢେଙ୍କାନାଳରୁ ୨୫୨ଜଣ, ଗଜପତିରୁ ୨୬ ଜଣ, ଗଞ୍ଜାମରୁ ୪୩ ଜଣ, ଜଗତସିଂହପୁରରୁ ୧୪୦ ଜଣ, ଯାଜପୁରରୁ ୩୭୦ ଜଣ, ଝାରସୁଗୁଡ଼ାରୁ ୨୭ ଜଣ, କଳାହାଣ୍ଡିରୁ ୯୨ ଜଣ, କନ୍ଧମାଳରୁ ୨୮ ଜଣ, କେନ୍ଦ୍ରାପଡ଼ାରୁ ୫୯ଜଣ, କେଉଁଝରରୁ ୯୬ଜଣ, ଖୋର୍ଦ୍ଧାରୁ ୬୧୨ ଜଣ, କୋରାପୁଟରୁ ୮୭ ଜଣ, ମାଲକାନଗିରିରୁ ୭୫ଜଣ, ମୟୁରଭଞ୍ଜରୁ ୨୧୬ଜଣ, ନବରଙ୍ଗପୁରରୁ ୧୧୮ ଜଣ, ନୟାଗଡ଼ରୁ ୧୨୮ଜଣ, ନୂଆପଡ଼ାରୁ ୧୪ଜଣ, ପୁରୀରୁ ୨୪୩ଜଣ, ରାୟଗଡ଼ାରୁ ୧୩୭ ଜଣ, ସମ୍ୱଲପୁରରୁ ୬୧ଜଣ, ସୋନପୁରରୁ ୬୦, ସୁନ୍ଦରଗଡ଼ରୁ ୧୦୩ ଓ ଷ୍ଟେଟ ପୁଲରୁ ୧୦୬କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୮,୫୧,୭୮୨ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୭,୮୯,୦୬୬ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୫୯, ୩୬୧ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।