ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୫୫୪ ଜଣ କରୋନା ପଜିଟିଭ୍ ଚିହ୍ନଟ: ୪୭ ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ବର: ଗତକାଲି ୩ ହଜାର ତଳେ କରୋନା ସଂକ୍ରମଣ ଥିବା ବେଳେ ଆଜି ଏହି ସଂଖ୍ୟା ପୁଣି ବଢିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩ ହଜାର ୫୫୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ସଙ୍ଗରୋଧରୁ ୨୦୨୮ ଓ ୧୫୨୬ଜଣ ସ୍ଥାନୀୟ ସଂକ୍ରମିତ ଥିବା ଜଣାଯାଇଛି।

new-indianl-express

ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୬୫୧ ଓ କଟକରୁ ୫୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଯାଜପୁରରୁ ୨୫୬, ଜଗତସିଂହପୁରରୁ ୧୪୫, ଭଦ୍ରକରୁ ୧୫୮, ବରଗଡ଼ରୁ ୩୧, ବଲାଙ୍ଗୀର ୩୧, ବୌଦ୍ଧରୁ ୩୩, ଦେବଗଡ଼ରୁ ୮, ଢେଙ୍କନାଳରୁ ୫୬, ଗଜପତିରୁ ୨୪, ଗଞ୍ଜାମରୁ ୨୨, ଝାରସୁଗୁଡ଼ାରୁ ୧୧, କଳାହାଣ୍ଡିରୁ ୨୧, କନ୍ଧମାଳରୁ ୩୮, କେନ୍ଦ୍ରାପଡ଼ାରୁ ୧୧୯, କେଉଁଝରରୁ ୬୫, କୋରାପୁଟରୁ ୬୯, ମାଲକାନଗିରିରୁ ୬୧,  ମୟୂରଭଞ୍ଜରୁ ୧୯୬, ବାଲେଶ୍ୱରରୁ ୨୭୧, ଅନୁଗୁଳରୁ ୧୩୩, ପୁରୀରୁ ୨୩୩, ରାୟଗଡ଼ାରୁ ୬୧, ସମ୍ବଲପୁରରୁ ୧୮, ସୋନପୁରରୁ ୨୯, ସୁନ୍ଦରଗଡ଼ରୁ ୭୧, ନୟାଗଡ଼ରୁ ୧୦୦, ନବରଙ୍ଗପୁରରୁ ୨୨, ନୂଆପଡ଼ାରୁ ୨୦ ଓ ଷ୍ଟେଟପୁଲରୁ ୧୦୦ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏଯାବତ୍ ରାଜ୍ୟରେ ୮, ୯୭, ୦୬୨ ୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮, ୬୦, ୧୪୨ଜଣ ସୁସ୍ଥ ହୋଇଛନ୍ତି। ଏବେ ବି  ରାଜ୍ୟରେ  ୩୩, ୦୧୯ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

ତେବେ ୨୪ ଘଣ୍ଟାରେ ରାଜ୍ୟରେ ୪୭ ଜଣଙ୍କ ଜୀବନ ନେଇଛି କରୋନା। ଏହାସହ ଏବେ ରାଜ୍ୟରେ ସଂକ୍ରମଣ ଓ ଟେଷ୍ଟିଂ ହାର ୫.୧୭ ପ୍ରତିଶତ ରହିଛି। ରାଜ୍ୟରେ ଗତ  ୨୪ ଘଣ୍ଟା ଭିତରେ ୬୮, ୬୯୫ ନମୁନା ପରୀକ୍ଷା ହୋଇଥିଲା।

ସମ୍ବନ୍ଧିତ ଖବର