ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨,୯୧୭ ଜଣ କରୋନା ପଜିଟିଭ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୫୪୯
ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨,୯୧୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୬୭୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୧୨୪୦ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ସର୍ବାଧିକ ୫୪୯ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।
Covid-19 Report For 2nd July
New Positive Cases: 2917
In quarantine: 1677
Local contacts: 1240(Details of local contacts will be shared by concerned Dist Administration)
District Wise Cases:
1. Angul: 86
2. Balasore: 237
3. Bargarh: 22
4. Bhadrak: 163
5. Balangir: 7— I & PR Department, Odisha (@IPR_Odisha) July 3, 2021
ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୮୬ଜଣ, ବାଲେଶ୍ୱରରୁ ୨୩୭ଜଣ, ବରଗଡ଼ରୁ ୨୨ ଜଣ, ଭଦ୍ରକରୁ ୧୬୩ଜଣ, ବଲାଙ୍ଗୀରରୁ ୭ ଜଣ, ବୌଦ୍ଧରୁ ୧୯ଜଣ, କଟକରୁ ୪୨୨ଜଣ, ଦେବଗଡ଼ରୁ ୫ ଜଣ, ଢେଙ୍କାନାଳରୁ ୭୭ଜଣ, ଗଜପତିରୁ ୬ ଜଣ, ଗଞ୍ଜାମରୁ ୨୧ ଜଣ, ଜଗତସିଂହପୁରରୁ ୧୧୯ ଜଣ, ଯାଜପୁରରୁ ୨୧୮ ଜଣ, ଝାରସୁଗୁଡ଼ାରୁ ୮ ଜଣ, କଳାହାଣ୍ଡିରୁ ୨୧ ଜଣ, କନ୍ଧମାଳରୁ ୧୩ ଜଣ, କେନ୍ଦ୍ରାପଡ଼ାରୁ ୭୯ଜଣ, କେଉଁଝରରୁ ୭୫ଜଣ, ଖୋର୍ଦ୍ଧାରୁ ୫୪୯ ଜଣ, କୋରାପୁଟରୁ ୫୫ଜଣ, ମାଲକାନଗିରିରୁ ୫୯ଜଣ, ମୟୁରଭଞ୍ଜରୁ ୧୬୫ଜଣ, ନବରଙ୍ଗପୁରରୁ ୧୯ ଜଣ, ନୟାଗଡ଼ରୁ ୯୬ଜଣ, ନୂଆପଡ଼ାରୁ ୮ଜଣ, ପୁରୀରୁ ୧୩୨ଜଣ, ରାୟଗଡ଼ାରୁ ୫୩ଜଣ, ସମ୍ୱଲପୁରରୁ ୨୨ଜଣ, ସୋନପୁରରୁ ୧୨, ସୁନ୍ଦରଗଡ଼ରୁ ୪୮ ଓ ଷ୍ଟେଟ ପୁଲରୁ ୧୦୧ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୯,୧୯,୦୨୬ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୮,୮୪,୨୬୨ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୩୦, ୫୫୭ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।