ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨,୪୮୭ ଜଣ କରୋନା ପଜିଟିଭ ଚିହ୍ନଟ, କଟକରୁ ସର୍ବାଧିକ ୪୨୨

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨,୪୮୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୪୨୮ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୦୫୯ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି କଟକ ଜିଲ୍ଲାରୁ ସର୍ବାଧିକ ସର୍ବାଧିକ ୪୨୨ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୭୯ଜଣ, ବାଲେଶ୍ୱରରୁ ୧୫୭ଜଣ, ବରଗଡ଼ରୁ ୨୨ଜଣ, ଭଦ୍ରକରୁ ୧୧୩ଜଣ, ବଲାଙ୍ଗୀରରୁ ୧୬ଜଣ, ବୌଦ୍ଧରୁ ୧୨ଜଣ, କଟକରୁ ୪୨୨ଜଣ, ଦେବଗଡ଼ରୁ  ୯ଜଣ, ଢେଙ୍କାନାଳରୁ ୫୯ଜଣ, ଗଜପତିରୁ ୧୧ ଜଣ, ଗଞ୍ଜାମରୁ ୧୪ ଜଣ, ଜଗତସିଂହପୁରରୁ ୧୨୬ ଜଣ, ଯାଜପୁରରୁ ୨୦୨ ଜଣ, ଝାରସୁଗୁଡ଼ାରୁ ୧୨ ଜଣ, କଳାହାଣ୍ଡିରୁ ୭ଜଣ, କନ୍ଧମାଳରୁ ୨୩ ଜଣ, କେନ୍ଦ୍ରାପଡ଼ାରୁ ୮୭ଜଣ, କେଉଁଝରରୁ ୬୮ ଜଣ, ଖୋର୍ଦ୍ଧାରୁ ୪୦୭ ଜଣ, କୋରାପୁଟରୁ ୫୨ଜଣ, ମାଲକାନଗିରିରୁ ୫୪ଜଣ, ମୟୁରଭଞ୍ଜରୁ ୧୦୩ଜଣ, ନବରଙ୍ଗପୁରରୁ ୨୩ ଜଣ, ନୟାଗଡ଼ରୁ ୮୦ଜଣ, ନୂଆପଡ଼ାରୁ ୫ଜଣ, ପୁରୀରୁ ୧୫୪ଜଣ, ରାୟଗଡ଼ାରୁ ୨୬ଜଣ, ସମ୍ୱଲପୁରରୁ ୨୬ଜଣ, ସୋନପୁରରୁ ୧୪, ସୁନ୍ଦରଗଡ଼ରୁ ୨୮ ଓ ଷ୍ଟେଟ ପୁଲରୁ ୭୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୯,୨୭,୧୮୬ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୮,୯୪,୧୦୪ ଜଣ ସୁସ୍ଥ ହୋଇଛନ୍ତି।  ଏବେ ବି ୨୮, ୭୩୦ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

ସମ୍ବନ୍ଧିତ ଖବର