ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧,୯୩୦ ଜଣ କରୋନା ପଜିଟିଭ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୪୩୧

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧,୯୩୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୧୧୭ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୮୧୩ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ସର୍ବାଧିକ ୪୩୧ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୫୦ଜଣ, ବାଲେଶ୍ୱରରୁ ୧୩୪ଜଣ, ବରଗଡ଼ରୁ ୧୨ଜଣ, ଭଦ୍ରକରୁ ୯୮ଜଣ, ବଲାଙ୍ଗୀରରୁ ଜଣେ, ବୌଦ୍ଧରୁ ୩ଜଣ, କଟକରୁ ୨୨୦ଜଣ, ଦେବଗଡ଼ରୁ ୬ଜଣ, ଢେଙ୍କାନାଳରୁ ୬୨ଜଣ, ଗଜପତିରୁ ୪ଜଣ, ଗଞ୍ଜାମରୁ ୧୭ଜଣ, ଜଗତସିଂହପୁରରୁ ୭୫ ଜଣ, ଯାଜପୁରରୁ ୧୨୫ ଜଣ, ଝାରସୁଗୁଡ଼ାରୁ ୧୬ ଜଣ, କଳାହାଣ୍ଡିରୁ ୭ଜଣ, କନ୍ଧମାଳରୁ ୨୭ ଜଣ, କେନ୍ଦ୍ରାପଡ଼ାରୁ ୧୨୩ଜଣ, କେଉଁଝରରୁ ୪୮ ଜଣ, ଖୋର୍ଦ୍ଧାରୁ ୪୩୧ଜଣ, କୋରାପୁଟରୁ ୧୪ଜଣ, ମାଲକାନଗିରିରୁ ୨୮ଜଣ, ମୟୁରଭଞ୍ଜରୁ ୯୮ଜଣ, ନବରଙ୍ଗପୁରରୁ ୫ଜଣ, ନୟାଗଡ଼ରୁ ୫୮ଜଣ, ନୂଆପଡ଼ାରୁ ୨ଜଣ, ପୁରୀରୁ ୨୭ଜଣ, ରାୟଗଡ଼ାରୁ ୩୮ଜଣ, ସମ୍ୱଲପୁରରୁ ୨୫ଜଣ, ସୋନପୁରରୁ ୫, ସୁନ୍ଦରଗଡ଼ରୁ ୯୮ ଓ ଷ୍ଟେଟ ପୁଲରୁ ୭୫ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୯,୪୩,୬୭୫ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୯,୧୫,୪୦୦ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୨୩, ୪୯୨ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

ସମ୍ବନ୍ଧିତ ଖବର