ଭୁବନେଶ୍ଵର: ରାଜ୍ୟରେ ଦିନକୁ ଦିନ ହୁ ହୁ ହୋଇ ବଢିଚାଲିଛି କରୋନା।  ଲଗାତାର କିଛି ଦିନର ତଥ୍ୟକୁ ଅନୁଶୀଳନ କଲେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିବାର ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୭୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୫୧୮ଜଣ ସଙ୍ଗରୋଧରୁ ଏବଂ ୩୬୧ଜଣ ସ୍ଥାନୀୟ ସଂକ୍ରମିତ ଥିବା ଜଣାଯାଇଛି। ଏମାନଙ୍କ ମଧ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ।

Advertisment

ଗତ ୨୪ ଘଣ୍ଟା ଭିତରେ ଖୋର୍ଦ୍ଧାରେ ୧୪୪ ଜଣ, ସୁନ୍ଦରଗଡରେ ୧୩୧ ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳରେ ୨୦ଜଣ, ବାଲେଶ୍ୱରରେ ୨୨ ଜଣ, ବରଗଡ଼ରେ ୫୩ ଜଣ, ଭଦ୍ରକରେ ୧୭ ଜଣ, ବଲାଙ୍ଗୀରରେ ୨୬ ଜଣ, କଟକରେ ୫୦ ଜଣ, ବୌଦ୍ଧରେ ଜଣେ ଓ ଜଗତସିଂହପୁରରେ ୨ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଦେବଗଡ଼ ଓ ଗଜପତିରେରେ ଜଣେ ଲେଖାଏଁ, ଗଞ୍ଜାମରେ ୩୧ ଜଣ, ଯାଜପୁରରେ ୧୫ ଜଣ, ଝାରସୁଗୁଡାରେ ୨୩ ଜଣ, କଳାହାଣ୍ଡିରେ ୪୩ ଜଣ, କନ୍ଧମାଳରେ ୫ ଜଣ, କେନ୍ଦ୍ରାପଡ଼ାରେ ୯ ଜଣ, କେଉଁଝରରେ ୨୫ଜଣ, କୋରାପୁଟରେ ୫ ଜଣ, ମୟୁରଭଞ୍ଜରେ ୨୯ ଜଣ, ନବରଙ୍ଗପୁରରେ ୧୯ ଜଣ, ନୟାଗଡରେ ୬ ଜଣ, ନୂଆପଡ଼ାରେ ୬୧ ଜଣ, ପୁରୀରେ ୪୫ ଜଣ, ରାୟଗଡ଼ାରେ ୧୩ ଜଣ, ସମ୍ବଲପୁରରେ ୪୮ ଜଣ, ସୋନପୁରରେ ୨ ଜଣ, ଷ୍ଟେଟ ପୁଲରେ ୩୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ଏବେ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩, ୪୫, ୫୨୬ରେ ପହଞ୍ଚିଛି। ଅପରପକ୍ଷରେ ୩, ୩୮, ୬୬୨ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ବର୍ତ୍ତମାନ ୪୮୮୮ଟି ସକ୍ରିୟ ମାମଲା ରହିଛି।