ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨,୧୮୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୨୧୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୯୨୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୧୦ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

Advertisment

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୮୯ଜଣ, ବାଲେଶ୍ୱରରୁ ୧୬୧ଜଣ, ବରଗଡ଼ରୁ ୧୫ ଜଣ, ଭଦ୍ରକରୁ ୭୬ ଜଣ, ବଲାଙ୍ଗୀରରୁ ୪ ଜଣ, ବୌଦ୍ଧରୁ ୬ ଜଣ, କଟକରୁ ୩୦୮ଜଣ, ଦେବଗଡ଼ରୁ ୧ ଜଣ, ଢେଙ୍କାନାଳରୁ ୭୦ ଜଣ, ଗଜପତିରୁ ୪ ଜଣ, ଗଞ୍ଜାମରୁ ୩ ଜଣ, ଜଗତସିଂହପୁରରୁ ୮୭ ଜଣ, ଯାଜପୁରରୁ ୧୭୫ ଜଣ, ଝାରସୁଗୁଡ଼ାରୁ ୯ ଜଣ, କଳାହାଣ୍ଡିରୁ ୧୩ ଜଣ, କନ୍ଧମାଳରୁ ୧୪ ଜଣ, କେନ୍ଦ୍ରାପଡ଼ାରୁ ୫୫ ଜଣ, କେଉଁଝରରୁ ୪୪ ଜଣ, ଖୋର୍ଦ୍ଧାରୁ ୫୧୦ ଜଣ, କୋରାପୁଟରୁ ୨୮ ଜଣ, ମାଲକାନଗିରିରୁ ୨୫ ଜଣ, ମୟୁରଭଞ୍ଜରୁ ୯୨ ଜଣ, ନବରଙ୍ଗପୁରରୁ ୧୬ ଜଣ, ନୟାଗଡ଼ରୁ ୭୫ ଜଣ, ନୂଆପଡ଼ାରୁ ୨ଜଣ, ପୁରୀରୁ ୯୪ ଜଣ, ରାୟଗଡ଼ାରୁ ୨୨ ଜଣ, ସମ୍ୱଲପୁରରୁ ୨୪ ଜଣ, ସୋନପୁରରୁ ୧୩, ସୁନ୍ଦରଗଡ଼ରୁ ୫୪ ଓ ଷ୍ଟେଟ ପୁଲରୁ ୯୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୯,୫୨,୧୧୧ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୯, ୨୫, ୫୨୬ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୨୧, ୫୪୦ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।