ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୭୪୧ କରୋନା ପଜିଟିଭ୍ ଚିହ୍ନଟ, ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨୬୮

ଭୁବନେଶ୍ବର: ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୧୭୪୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୦୧୫ ଜଣ କ୍ଵାରାଣ୍ଟିନରେ ଥିବା ବେଳେ ୭୨୬ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨୬୮ ଓ ଖୋର୍ଦ୍ଧା ଜିଲ୍ଲାରୁ ୨୦୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଠିକ୍ ସେହିପରି ବରଗଡ଼ରୁ ୯୭, ଅନୁଗୁଳରୁ ୪୩, ବାଲେଶ୍ବରରୁ ୧୫୮, ଭଦ୍ରକରୁ ୧୧, ବଲାଙ୍ଗୀରରୁ ୯୩, ବୌଦ୍ଧରୁ ୫, କଟକରୁ ୫୮, ଦେବଗଡ଼ରୁ ୯, ଢେଙ୍କାନାଳରୁ ୨, ଗଜପତି ଜିଲ୍ଲାରୁ ୧୪ ଜଣ, ଗଞ୍ଜାମ ଜିଲ୍ଲାରୁ ୯ଜଣ, ଯାଜପୁର ଜିଲ୍ଲାରୁ ୩୮ଜଣ, ଜଗତସିଂହପୁର ଜିଲ୍ଲାରୁ ୯ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୪୩ ଜଣ, କଳାହାଣ୍ଡିରୁ ୧୧୪ଜଣ, କନ୍ଧମାଳରୁ ୮, କେନ୍ଦ୍ରାପଡ଼ାରୁ ୨ଜଣ, କେଉଁଝରରୁ ୫୩ଜଣ, କୋରାପୁଟରୁ ୯ ଜଣ, ମାଲକାନଗିରିରୁ ୩, ମୟୁରଭଞ୍ଜରୁ ୩୯ ଜଣ, ନବରଙ୍ଗପୁର ଜିଲ୍ଲାରୁ ୮୦ଜଣ, ନୟାଗଡ଼ ଜିଲ୍ଲାରୁ ୭, ନୂଆପଡ଼ା ଜିଲ୍ଲାରୁ ୯୬ଜଣ, ପୁରୀ ଜିଲ୍ଲାରୁ ୫୪ ଜଣ, ରାୟଗଡ଼ା ଜିଲ୍ଲାରୁ ୩୫, ସମ୍ବଲପୁର ଜିଲ୍ଲାରୁ ୧୨୧ଜଣ, ସୋନପୁର ଜିଲ୍ଲାରୁ ୧୩ ଜଣ ଓ ଷ୍ଟେଟ ପୁଲରୁ ୪୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ଏବେ ରାଜ୍ୟରେ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୩, ୫୧,୩୦୨। ଏମାନଙ୍କ ଭିତରୁ ୩, ୪୦,୦୬୨ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୯୨୫୯ଜଣ ସକ୍ରିୟ ଅଛନ୍ତି।

ସମ୍ବନ୍ଧିତ ଖବର