ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦,୦୫୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୫୮୩୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୪୨୨୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୮୭୨ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ କିଶୋର ଥିବା ଜଣାଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୧୮୮ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।
New recoveries: 949
Cumulative tested: 26403667
Positive: 1101606
Recovered: 1048732
Active cases: 44349— I & PR Department, Odisha (@IPR_Odisha) January 13, 2022
ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୪୬ ଜଣ, ବାଲେଶ୍ୱରରୁ ୨୭୮ ଜଣ, ବରଗଡ଼ରୁ ୭୬ ଜଣ, ଭଦ୍ରକରୁ ୧୩୮ ଜଣ, ବଲାଙ୍ଗୀରରୁ ୨୧୬ ଜଣ, ବୌଦ୍ଧ ଜିଲ୍ଲାରୁ ୧୫, କଟକରୁ ୮୭୦ ଜଣ, ଦେବଗଡ଼ରୁ ୧୮ ଜଣ, ଢେଙ୍କାନାଳରୁ ୫୦ ଜଣ, ଗଜପତିରୁ ୮୨, ଗଞ୍ଜାମରୁ ୧୫୪ ଜଣ, ଜଗତସିଂହପୁରରୁ ୧୪୨ ଜଣ, ଯାଜପୁରରୁ ୨୧୨ ଜଣ, ଝାରସୁଗୁଡ଼ାରୁ ୨୧୯ ଜଣ, କଳାହାଣ୍ଡିରୁ ୧୨୩ ଜଣ, କନ୍ଧମାଳରୁ ୩୬ ଜଣ, କେନ୍ଦ୍ରାପଡ଼ାରୁ ୫୧ ଜଣ, କେଉଁଝରରୁ ୧୦୯ ଜଣ, ଖୋ ୦ ର୍ଦ୍ଧାରୁ ୩୧୮୮ ଜଣ, କୋରାପୁଟରୁ ୧୫୫ ଜଣ, ମାଲକାନଗିରିରୁ ୧୭ ଜଣ, ମୟୁରଭଞ୍ଜରୁ ୪୨୩ ଜଣ, ନବରଙ୍ଗପୁରରୁ ୧୨୨, ନୟାଗଡ଼ରୁ ୧୦୨ ଜଣ, ନୂଆପଡ଼ାରୁ ୬୬ ଜଣ, ପୁରୀରୁ ୨୭୨ ଜଣ, ରାୟଗଡ଼ାରୁ ୧୩୧ ଜଣ, ସମ୍ୱଲପୁରରୁ ୫୭୦ ଜଣ, ସୋନପୁରରୁ ୧୦୬, ସୁନ୍ଦରଗଡ଼ରୁ ୧୩୪୮ ଜଣ ଓ ଷ୍ଟେଟ ପୁଲରୁ ୭୨୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୧,୦୧,୬୦୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୦,୪୮, ୭୩୨ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୪୪, ୩୪୯ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।