ରାଜ୍ୟରେ ୧୧,୦୮୬ ଜଣ କରୋନା ପଜିଟିଭ ଚିହ୍ନଟ: ୧୦୬୧ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ କିଶୋର ସଂକ୍ରମିତ
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୪୬୯
ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧,୦୮୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୬୪୩୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୪୬୫୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୦୬୧ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ କିଶୋର ଥିବା ଜଣାଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୪୬୯ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।
Covid-19 Report For 17th Jan
New Positive Cases: 11086
Of which 0-18 years: 1061
In quarantine: 6431
Local contacts: 4655(Details of local contacts will be shared by concerned District)
1. Angul: 139
2. Balasore: 323
3. Bargarh: 125
4. Bhadrak: 132
5. Balangir: 300— I & PR Department, Odisha (@IPR_Odisha) January 18, 2022
ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୧୩୯ ଜଣ, ବାଲେଶ୍ୱରରୁ ୩୨୩ ଜଣ, ବରଗଡ଼ରୁ ୧୨୫ ଜଣ, ଭଦ୍ରକରୁ ୧୩୨ ଜଣ, ବଲାଙ୍ଗୀରରୁ ୩୦୦ ଜଣ, ବୌଦ୍ଧ ଜିଲ୍ଲାରୁ ୮୩, କଟକରୁ ୭୬୬ ଜଣ, ଦେବଗଡ଼ରୁ ୫୩ ଜଣ, ଢେଙ୍କାନାଳରୁ ୧୫୭ ଜଣ, ଗଜପତିରୁ ୯୩, ଗଞ୍ଜାମରୁ ୧୧୬ ଜଣ, ଜଗତସିଂହପୁରରୁ ୨୭୩ ଜଣ, ଯାଜପୁରରୁ ୨୭୫ ଜଣ, ଝାରସୁଗୁଡ଼ାରୁ ୧୩୨ ଜଣ, କଳାହାଣ୍ଡିରୁ ୨୫୩ ଜଣ, କନ୍ଧମାଳରୁ ୫୧ ଜଣ, କେନ୍ଦ୍ରାପଡ଼ାରୁ ୮୫ ଜଣ, କେଉଁଝରରୁ ୨୨୩ ଜଣ, ଖୋର୍ଦ୍ଧାରୁ ୩୪୬୯ ଜଣ, କୋରାପୁଟରୁ ୧୯୬ ଜଣ, ମାଲକାନଗିରିରୁ ୫୪ ଜଣ, ମୟୁରଭଞ୍ଜରୁ ୩୯୩ ଜଣ, ନବରଙ୍ଗପୁରରୁ ୧୩୭, ନୟାଗଡ଼ରୁ ୧୪୯ ଜଣ, ନୂଆପଡ଼ାରୁ ୧୦୪ ଜଣ, ପୁରୀରୁ ୧୮୮ ଜଣ, ରାୟଗଡ଼ାରୁ ୧୮୭ ଜଣ, ସମ୍ୱଲପୁରରୁ ୩୦୨ ଜଣ, ସୋନପୁରରୁ ୧୫୩, ସୁନ୍ଦରଗଡ଼ରୁ ୧୪୧୬ ଜଣ ଓ ଷ୍ଟେଟ ପୁଲରୁ ୭୫୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୧,୫୫,୪୮୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୦,୬୬, ୦୩୨ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୮୦, ୯୧୪ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।
ସୂଚନାଯୋଗ୍ୟ, ଗତକାଲି ୧୦,୪୮୯ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ, ୧୬ ତାରିଖରେ ୧୧,୧୭୭, ୧୫ ତାରିଖରେ ୧୦,୮୫୬, ଜାନୁଆରି ୧୪ରେ ୧୦,୨୭୩ , ଜାନୁଆରି ୧୩ରେ ୧୦,୦୫୯ ଜଣ, ଜାନୁଆରି ୧୨ରେ ୮୭୭୮, ୧୧ରେ ୭୦୭୧, ୧୦ରେ ୪୮୨୯, ଜାନୁଆରି ୯ ତାରିଖରେ ୪୭୧୪ ଜଣ , ଜାନୁଆରି ୮ ତାରିଖରେ ୩୬୭୯ ଜଣ , ଜାନୁଆରି ୭ ତାରିଖରେ ୨୭୦୩ ଜଣ, ଜାନୁଆରି ୬ ତାରିଖରେ ୧୮୯୭ ଜଣ , ଜାନୁଆରି ୫ ରେ ୧୨୧୬, ଜାନୁଆରି ୪ ରେ ୬୮୦, ଜାନୁଆରି ୩ ରେ ୪୨୪, ଜାନୁଆରି ୨ରେ ୪୨୪, ଜାନୁଆରି ୧ରେ ୨୯୮, ଡିସେମ୍ବର ୩୧ରେ ୨୨୮, ଡିସେମ୍ବର ୩୦ରେ ୨୨୫, ଡିସେମ୍ବର ୨୯ରେ ୨୨୧ ଓ ଡିସେମ୍ବର ୨୮ରେ ୧୫୬ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ। କେବଳ ଜାନୁଆରି ମାସର ୧୪ ଦିନରେ ୫୭୦୪୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।