ଭୁବନେଶ୍ବର: ରାଜ୍ୟରେ କମୁଛି ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩,୩୨୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୯୩୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୧୩୯୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୫୦୪ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୪୬ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

Advertisment

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୮୫ ଜଣ, ବାଲେଶ୍ୱରରୁ ୧୪୧ ଜଣ, ବରଗଡ଼ରୁ ୪୬ ଜଣ, ଭଦ୍ରକରୁ ୫୭ ଜଣ, ବଲାଙ୍ଗୀରରୁ ୬୭ ଜଣ, ବୌଦ୍ଧ ଜିଲ୍ଲାରୁ ୪୯, କଟକରୁ ୨୯୩ ଜଣ, ଦେବଗଡ଼ରୁ ୬୭ ଜଣ, ଢେଙ୍କାନାଳରୁ ୬୧ ଜଣ, ଗଜପତିରୁ ୬୪, ଗଞ୍ଜାମରୁ ୪୪ ଜଣ, ଜଗତସିଂହପୁରରୁ ୭୦ ଜଣ, ଯାଜପୁରରୁ ୯୯ ଜଣ, ଝାରସୁଗୁଡ଼ାରୁ ୭୪ ଜଣ, କଳାହାଣ୍ଡିରୁ ୧୦୭ ଜଣ, କନ୍ଧମାଳରୁ ୪୩ ଜଣ, କେନ୍ଦ୍ରାପଡ଼ାରୁ ୭୩ ଜଣ, କେଉଁଝରରୁ ୨୧ ଜଣ, ଖୋର୍ଦ୍ଧାରୁ ୬୪୬ ଜଣ, କୋରାପୁଟରୁ ୫୯ ଜଣ, ମାଲକାନଗିରିରୁ ୩୪ ଜଣ, ମୟୁରଭଞ୍ଜରୁ ୧୪୫ ଜଣ, ନବରଙ୍ଗପୁରରୁ ୯୦, ନୟାଗଡ଼ରୁ ୧୨୦ ଜଣ, ନୂଆପଡ଼ାରୁ ୧୨୯ ଜଣ, ପୁରୀରୁ ୫୬ ଜଣ, ରାୟଗଡ଼ାରୁ ୬୬ ଜଣ, ସମ୍ୱଲପୁରରୁ ୧୧୫ ଜଣ, ସୋନପୁରରୁ ୩୫, ସୁନ୍ଦରଗଡ଼ରୁ ୨୩୭ ଜଣ ଓ ଷ୍ଟେଟ ପୁଲରୁ ୧୩୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୨,୪୯,୨୪୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୧, ୯୩, ୩୬୫ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୪୭,୨୧୦ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି। ଏହା ସହ ରାଜ୍ୟରେ ଆଉ ୧୮ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଅଡିଟ୍ ପ୍ରୋସେସରେ ଆଉ ୧୮ଜଣଙ୍କ ମୃତ୍ୟୁ ନେଇ ସ୍ୱାସ୍ଥ୍ୟ ବିଭାଗର ସୂଚନା ‌ଦେଇଛି। ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୮ ହଜାର ୬୧୨କୁ ବୃଦ୍ଧି ପାଇଛି।