ରାଜ୍ୟରେ ୩,୪୫୦କରୋନା ପଜିଟିଭ ଚିହ୍ନଟ: ୪୩୬ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩,୪୫୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୦୧୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୧୪୩୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୪୩୬ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୧୪ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୧୫୨ ଜଣ, ବାଲେଶ୍ୱରରୁ ୧୦୫ ଜଣ, ବରଗଡ଼ରୁ ୮୨ ଜଣ, ଭଦ୍ରକରୁ ୫୨ ଜଣ, ବଲାଙ୍ଗୀରରୁ ୧୦୩ ଜଣ, ବୌଦ୍ଧ ଜିଲ୍ଲାରୁ ୫୩, କଟକରୁ ୨୦୨ ଜଣ, ଦେବଗଡ଼ରୁ ୭୧ ଜଣ, ଢେଙ୍କାନାଳରୁ ୩୫ ଜଣ, ଗଜପତିରୁ ୭୩, ଗଞ୍ଜାମରୁ ୬୪ ଜଣ, ଜଗତସିଂହପୁରରୁ ୬୪ ଜଣ, ଯାଜପୁରରୁ ୭୩ ଜଣ, ଝାରସୁଗୁଡ଼ାରୁ ୫୫ ଜଣ, କଳାହାଣ୍ଡିରୁ ୬୩ ଜଣ, କନ୍ଧମାଳରୁ ୪୪ ଜଣ, କେନ୍ଦ୍ରାପଡ଼ାରୁ ୬୦ ଜଣ, କେଉଁଝରରୁ ୩୯ ଜଣ, ଖୋର୍ଦ୍ଧାରୁ ୭୧୪ ଜଣ, କୋରାପୁଟରୁ ୪୪ ଜଣ, ମାଲକାନଗିରିରୁ ୧୬ ଜଣ, ମୟୁରଭଞ୍ଜରୁ ୧୮୦ ଜଣ, ନବରଙ୍ଗପୁରରୁ ୯୯, ନୟାଗଡ଼ରୁ ୧୨୫ ଜଣ, ନୂଆପଡ଼ାରୁ ୧୮୧ ଜଣ, ପୁରୀରୁ ୭୨ ଜଣ, ରାୟଗଡ଼ାରୁ ୩୬ ଜଣ, ସମ୍ୱଲପୁରରୁ ୧୩୧ ଜଣ, ସୋନପୁରରୁ ୨୧, ସୁନ୍ଦରଗଡ଼ରୁ ୨୮୭ ଜଣ ଓ ଷ୍ଟେଟ ପୁଲରୁ ୧୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୨,୫୫, ୭୭୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୨, ୦୯, ୩୧୩ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୩୭, ୭୬୨ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

ସମ୍ବନ୍ଧିତ ଖବର