ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ ସଂଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୩ ଜଣ ସ୍ଥାନୀୟ ସଂକ୍ରମିତ। ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାୟଗଡ଼ାରୁ ଜଣେ, ସମ୍ବଲପୁରରୁ ୨ ଜଣ ଓ ଷ୍ଟେଟ୍ ପୁଲ୍ରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ଜଣେ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଗତକାଲି ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଥିଲା ୧୧।
Covid-19 Report For 2nd May
New Positive Cases: 7
Of which 0-18 years: 1
In quarantine: 4
Local contacts: 3(Details of local contacts will be shared by concerned District)
1. Khurda: 3
2. Rayagada: 1
3. Sambalpur: 2
4. State Pool: 1— I & PR Department, Odisha (@IPR_Odisha) May 3, 2022
ନୂଆ କରି ସୁସ୍ଥ ହୋଇଛନ୍ତି ୪ ଜଣ। ନୂତନ ସଂକ୍ରମିତଙ୍କ ସଂଖ୍ୟାକୁ ମିଶାଇ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ୮୮ ହଜାର ୭୫ରେ ପହଞ୍ଚିଛି। ଏବେ ସୁଦ୍ଧା ସର୍ବମୋଟ୍ ସୁସ୍ଥ ହୋଇ ସାରିଲେଣି ୧୨ ଲକ୍ଷ ୭୮ ହଜାର ୮୦୬ ଜଣ। ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୯୦।
New recoveries: 4
Cumulative tested: 31346579
Positive: 1288075
Recovered: 1278806
Active cases: 90— I & PR Department, Odisha (@IPR_Odisha) May 3, 2022