ଭୁବନେଶ୍ବର: ଆଜି ତଳକୁ ଖସିଲା କରୋନା ମିଟର । ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୦୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ଏହି ସଂଖ୍ୟା ୧୦,୪୧୩ ଥିଲା। ଆଜି ଚିହ୍ନଟ ହୋଇଥିବା ୮୦୧୫ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୪ ହଜାର ୫୬୮ ଆକ୍ରାନ୍ତ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ୩ ହଜାର ୪୪୭ ରହିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୭୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୭୩୫, ସୁନ୍ଦରଗଡ଼ରୁ ୭୫୩, ଅନୁଗୁଳରେ ୫୨୫ ଚିହ୍ନଟ ହୋଇଛନ୍ତି । ଏହା ସହ ୧୪ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେ ମଧ୍ୟରେ ଭଦ୍ରକ ୧, ବଲାଙ୍ଗୀର ୧, ବୌଦ୍ଧ ୧, ଦେବଗଡ଼ ୧, ଗଞ୍ଜାମ ୧, ଜଗତସିଂହପୁର ୧,କେନ୍ଦୁଝର ୨ , ଖୋର୍ଦ୍ଧା ୧,ରାୟଗଡ଼ା ୪, ସୁନ୍ଦରଗଡ ୧ ରହିଛନ୍ତି।
/sambad/media/post_attachments/wp-content/uploads/2021/05/t-11.jpg)
Covid-19 Report For 1st May
New Positive Cases: 8015
In quarantine: 4568
Local contacts: 3447(Details of local contacts will be shared by concerned Dist Administration)
District Wise Cases:
1. Angul: 525
2. Balasore: 100
3. Bargarh: 390
4. Bhadrak: 145
5. Balangir: 198— I & PR Department, Odisha (@IPR_Odisha) May 2, 2021
ସେହିଭଳି କଟକରୁ ୪୮୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୦୦, ବରଗଡ ୩୯୦, ଭଦ୍ରକ ୧୪୫, ବଲାଙ୍ଗୀର ୧୯୮, ବୌଦ୍ଧ ୧୦୩, ଦେବଗଡ ୧୦୧, ଢେଙ୍କାନାଳ ୮୬, ଗଜପତି ୧୨୦, ଗଞ୍ଜାମ ୧୬୯, ଜଗତସିଂହପୁର ୧୪୯, ଯାଜପୁର ୧୯୪, ଝାରସୁଗୁଡା ୩୮୬, କଳାହାଣ୍ଡି ୧୭୪, କନ୍ଧମାଳ ୬୧, କେନ୍ଦ୍ରାପଡା ୭୦, କେନ୍ଦୁଝର ୭୫, କୋରାପୁଟ ୧୨୭, ମାଲକାନଗିରି ୩୬, ମୟୂରଭଞ୍ଜରୁ ୧୯୯, ନବରଙ୍ଗପୁରରୁ ୩୨୦, ନୟାଗଡ଼ରୁ ୧୮୭, ନୂଆପଡ଼ାରୁ ୨୬୪, ପୁରୀରୁ ୩୦୬, ରାୟଗଡ଼ାରୁ ୧୫୪, ସମ୍ବଲପୁରରୁ ୪୪୧, ସୋନପୁରରୁ ୨୦୭ ଏବଂ ଷ୍ଟେଟ ପୁଲରୁ ୨୩୬ ପଜିଟିଭ ଚିହ୍ନଟ ହୋଇଛନ୍ତି ।