ଭୁବନେଶ୍ବର: ଆଜି ରାଜ୍ୟରେ ୨୪୭୦ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୪୬୨ ଓ ସ୍ଥାନୀୟ ଅଞ୍ଚଳରୁ ୧୦୦୮ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୬୨ହଜାର ୧୧କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
22. Mayurbhanj: 134
23. Nawarangpur: 58
24. Nayagarh: 23
25. Nuapada: 85
26. Puri: 87
27. Rayagada: 31
28. Sambalpur: 54
29. Sonepur: 53
30. Sundargarh: 161
31. State Pool: 72New Recoveries: 2775
Cumulative Tested: 3921140
Positive: 262011
Recovered: 235763
Active Cases: 25106— I & PR Department, Odisha (@IPR_Odisha) October 15, 2020
ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ ଆଜି କେତେଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୬୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳ କଟକ ଜିଲ୍ଲାରୁ ୧୮୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ନୟାଗଡ଼ ଜିଲ୍ଲାରୁ ୨୩, ଗଞ୍ଜାମ ଜିଲ୍ଲାରୁ ୩୬, ବଲାଙ୍ଗୀର ଜିଲ୍ଲାରୁ ୯୧, ବାଲେଶ୍ବର ଜିଲ୍ଲାରୁ ୧୦୬, କୋରାପୁଟ ଜିଲ୍ଲାରୁ ୩୨, ଭଦ୍ରକରୁ ୬୭, ରାୟଗଡ଼ା ଜିଲ୍ଲାରୁ ୩୧, ପୁରୀ ଜିଲ୍ଲାରୁ ୮୭, ସୁନ୍ଦରଗଡ଼ ଜିଲ୍ଲାରୁ ୧୬୧, ଜଗତସିଂହପୁର ଜିଲ୍ଲାରୁ ୬୪, ସମ୍ବଲପୁର ଜିଲ୍ଲାରୁ ୫୪, କଳାହାଣ୍ଡି ଜିଲ୍ଲାରୁ ୫୫, ଯାଜପୁର ଜିଲ୍ଲାରୁ ୭୨, କନ୍ଧମାଳ ଜିଲ୍ଲାରୁ ୪୨, କେନ୍ଦ୍ରାପଡ଼ା ଜିଲ୍ଲାରୁ ୮୭, ମାଲକାନଗିରି ଜିଲ୍ଲାରୁ ୩୦, ଗଜପତି ଜିଲ୍ଲାରୁ ୯, ମୟୂରଭଞ୍ଜ ଜିଲ୍ଲାରୁ ୧୩୪ , ଝାରସୁଗୁଡ଼ା ଜିଲ୍ଲାରୁ ୫୪, ଢେଙ୍କାନାଳ ଜିଲ୍ଲାରୁ ୫୦, ନବରଙ୍ଗପୁର ଜିଲ୍ଲାରୁ ୫୮, କେନ୍ଦୁଝର ଜିଲ୍ଲାରୁ ୪୨, ସୁବର୍ଣ୍ଣପୁର ଜିଲ୍ଲାରୁ ୫୩, ଅନୁଗୁଳ ଜିଲ୍ଲାରୁ ୧୭୦, ବରଗଡ଼ ଜିଲ୍ଲାରୁ ୬୯, ନୂଆପଡ଼ା ଜିଲ୍ଲାରୁ ୮୫, ଦେବଗଡ଼ରୁ ୧୨ ଓ ବୌଦ୍ଧ ଜିଲ୍ଲାରୁ ୭୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାଛଡ଼ା ଷ୍ଟେଟ୍ ପୁଲରୁ ୭୨ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି।
ଏବେ ରାଜ୍ୟରେ ମୋଟ୍ ୨,୩୫,୭୬୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫,୧୦୬ ରହିଛି।
Regret to inform the demise of seventeen #COVID19 positive patients while under treatment in hospitals.
1.A 60-year old female of Cuttack district.
2.A 57-year old female of Nayagarh.
— H & FW Dept Odisha (@HFWOdisha) October 15, 2020
ଏଣେ କରୋନାରେ ପୁଣି ୧୭ଜଣଙ୍କ ମୃତ୍ୟୁ ଘଟିଛି। ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୦୮୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।