ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୬୬୪ କରୋନା ପଜିଟିଭ୍ ଚିହ୍ନଟ, ‌ଖୋର୍ଦ୍ଧାରୁ ସର୍ବାଧିକ ୭୦୪ ସଂକ୍ରମିତ

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ। ଆଜି ରାଜ୍ୟରେ ପୁଣି ଦୈନିକ କରୋନା ସଂକ୍ରମଣ ତିନି ହଜାର ଅତିକ୍ରମ କରିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୬୬୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ସଙ୍ଗରୋଧରୁ ୨୧୨୭ ଓ ସ୍ଥାନୀୟ ଅଞ୍ଚଳରୁ ୧୫୩୭ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ରହିଛି।

‌ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୭୦୪ ଜଣ ସଂକ୍ରମିତ ଚିିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୫୯, ବାଲେଶ୍ବରରୁ ୩୯, ବରଗଡ଼ରୁ ୨୧୦, ଭଦ୍ରକରୁ ୨୭, ବଲାଙ୍ଗୀରରୁ ୭୯, ବୌଦ୍ଧରୁ ୬, କଟକରୁ ୧୯୮, ଦେବଗଡ଼ରୁ ୩୦, ଢେଙ୍କାନାଳରୁ ୪୭, ଗଜପତିରୁ ୬୩, ଗଞ୍ଜାମରୁ ୬୬, ଜଗତ୍‌ସିଂହପୁରରୁ ୬୮, ଯାଜପୁରରୁ ୫୮, ଝାରସୁଗୁଡ଼ାରୁ ୧୮୩, କଳାହାଣ୍ଡିରୁ ୩୨୪, କନ୍ଧମାଳରୁ ୧୬, କେନ୍ଦ୍ରାପଡ଼ାରୁ ୨୯, କେନ୍ଦୁଝରରୁ ୫୬, କୋରାପୁଟ୍‌ରୁ ୩୯, ମାଲକାନଗିରିରୁ ୪, ମୟୂରଭଞ୍ଜରରୁ ୧୧୯, ନବରଙ୍ଗପୁରରୁ ୮୧, ନୟାଗଡ଼ରୁ ୨୮, ନୂଆପଡ଼ାରୁ ୨୨୧, ପୁରୀରୁ ୧୪୩, ରାୟଗଡ଼ାରୁ ୫୭, ସମ୍ବଲପୁରରୁ ୧୯୯, ସୋନପୁରରୁ ୧୬, ସୁନ୍ଦରଗଡ଼ରୁ ୩୪୦ ଓ ‌ଷ୍ଟେଟ୍‌ପୁଲ୍‌ରୁ ୧୫୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସେପଟେ ଗତ ୨୪ ଘଣ୍ଟାରେ ୧୦ ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ୧୦୦ ଉପରେ ରହିଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୪୪ହଜାର ୮୨୫ରେ ପହଞ୍ଚିଛି । ସେଥିମଧ୍ୟରୁ ସକ୍ରିୟ ଅଛନ୍ତି ୨୧ ହଜାର ୪୩୬ । ସେହିପରି ୨୪ ଘଂଟାରେ କରୋନାରେ ୨ ଜଣଙ୍କ ମୃତ୍ୟୁ ହୋଇଛି ।

ସମ୍ବନ୍ଧିତ ଖବର