ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୭୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୩ ଜଣ ସଂଗରୋଧ କେନ୍ଦ୍ରରୁ ଥିବା ବେଳେ ଆଉ ୨୯ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୬୨୦ରେ ପହଞ୍ଚିଛି। ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୩ ଲକ୍ଷ ୩୨ ହଜାର ୮୪୨ ଓ ଏବେ ବି ସକ୍ରିୟ ଅଛନ୍ତି ୮୧୬ ଜଣ ସଂକ୍ରମିତ।
ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରେ ୧୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୫ ଜଣ, ବରଗଡ଼ରୁ ୪ ଜଣ, ବଲାଙ୍ଗୀରରୁ ୨ ଜଣ, ବୌଦ୍ଧରୁ ଜଣେ, କଟକରୁ ୫ ଜଣ, ଦେଓଗଡ଼ରୁ ଜଣେ, ଗଜପତିରୁ ୨ ଜଣ, ଗଞ୍ଜାମରୁ ୪ ଜଣ, ଯାଜପୁରରୁ ୩ ଜଣ, ଝାରସୁଗୁଡ଼ାରୁ ୭ ଜଣ, କଳାହାଣ୍ଡିରୁ ୩ ଜଣ, ଖୋର୍ଦ୍ଧାରୁ ଜଣେ, ମୟୂରଭଞ୍ଜରୁ ୪ ଜଣ, ନବରଙ୍ଗପୁରରୁ ଜଣେ, ପୁରୀରୁ ୩ ଜଣ, ସମ୍ବଲପୁରରୁ ୨ ଜଣ ଓ ସୁନ୍ଦରଗଡ଼ରୁ ୧୪ ଜଣ ସଂକ୍ରମିତ ଚିହ୍ନଠ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/72corona-found-in-odisha-07_Thumb.jpg)